ଖଣି ଖନନ ସହିତ ସ୍ଥାନୀୟ ରାଜନେତାଙ୍କୁ ବିରୋଧକରି ୨ ବୁଥରେ ଭୋଟ ବର୍ଜନ

ଲକ୍ଷ୍ମୀପୁର : କୋଡ଼ିଙ୍ଗାମାଳିରୁ ଖଣି ଖନନ ସହିତ ସ୍ଥାନୀୟ ରାଜନେତା ମାନଙ୍କୁ ବିରୋଧ କରି ଲକ୍ଷ୍ମୀପୁର ବ୍ଲକର ଦୁଇଟି ବୁଥ୍‍ରେ ଭୋଟ ବର୍ଜନ କରାଯାଇଛି। ତେବେ ଲକ୍ଷ୍ମୀପୁର ପଞ୍ଚାୟତର ନର୍ଷିକାଇପଦରରେ ୩୧୫ ଏବଂ ଓଡ଼ିଆପେଣ୍ଡ ପଞ୍ଚାୟତର ତଳକାଇପଦରରେ ଥିବା ୪୭ ନଂ ବୁ୍‍ଥ୍‍ରେ କୋଡ଼ିଙ୍ଗାମାଳିରୁ ହେଉଥିବା ଖଣି ଖନନ ଦ୍ୱାରା ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏଥିରୁ ନିସ୍ତାର ପାଇଁ ସ୍ତାନୀୟ ରାଜନେତାଙ୍କୁ କହିବା ପରେମଧ୍ୟ କୌଣସି ସୁଫଳ ନମିଳିବାରୁ ଦୁଇଟି ଗ୍ରାମର ଲୋକମାନେ ଭୋଟ ବର୍ଜନ କରିଛନ୍ତି। ତଳକାଇପଦର ବୁଥ୍‍ରେ ଭୋଟର ସଖ୍ୟା ୪୦୫ ଥିବା ବେଳେ ନର୍ଷି କାଇପଦର ଗ୍ରମରେ ଭୋଟର ହେଉଛନ୍ତି ୩୧୫ ରହିଛନ୍ତି। ତେବେ ତଳକାଇପଦର ଗ୍ରାମରେ କେବଳ ଜଣେ ମାତ୍ର ଭୋଟ ଦେଇଛନ୍ତି। ଗ୍ରାମବାସୀ ମାନଙ୍କ ଅଭିଯୋଗ ହେଉଛି ସେମାନଙ୍କ ଗାଁ ଉପର ମୁଣ୍ଡରେ ଥିବା କୋଡ଼ିଙ୍ଗାମାଳି ଖଣିରୁ ପ୍ରାୟ ଦୁଇ ବର୍ଷ ହେବ ମାଳିରୁ ଖଣିରୁ ବକ୍ସାଇଟ୍‍ ଖନନ ହେଉଛି। ଖନନ ଦ୍ୱାରା ଗ୍ରାମକୁ ଧୂଳି ଗୁଡ଼ିକ ଉଡ଼ି ଆସିବା ସହିତ ନାଲିପାଣି ଗୁଡ଼ିକ ଜମିରେ ମାଡ଼ି ଯାଉଛି। ସେହିପରି ସେମାନେ ଯେଉଁ ଜଙ୍ଗଲରେ ଗାଇ ଗୋରୁ ଚରାଉଥିଲେ ତାହା ବଡ଼ବଡ଼ ଖାଲରେ ପରିଣତ ହୋଇଗଲାଣି। ଯେଉଁଥି ପାଇଁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏନେଇ ଜିଲାପାଳଙ୍କ ଠାରୁ ଆରମ୍ଭ କରି ଖଣିନିଗମକୁ ବହୁବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁଁ। ଗ୍ରାମର କିଛି ଦଲାଲଙ୍କୁ ଠିକା ନେଇଥିବା କମ୍ପାନୀ ଭତ୍ତା ଆକାରରେ ଟଙ୍କା ଦିଆଯାଉଥିବା ଅଭିଯୋଗ ହୋଇଛି। ପ୍ରଭାବିତ ଅଞ୍ଚଳ ହୋଇଥିଲେ ମଧ୍ୟ ସେମାନଙ୍କୁ କିଛି ମିଳୁ ନାହିଁଁ। ଏପରିକି ପ୍ରତିବାଦ କଲେ ପୁଲିସ ଲଗାଇ ମକ୍କଦମା କରି ଜେଲକୁ ପଠାଇ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ପ୍ରଭାବିତ ଦୁଇଟି ଗ୍ରାମର ଜନସାଧାରଣ। ଖାଲି ସେତିକି ନୁହେଁ ଦୁଇଟି ଗ୍ରାମର ଗାଇ ଗୋରୁ ମାନେ ଚରିବାକୁ ପାହଡ଼ ଉପରୁକୁ ଗଲାବେଳେ ସେମାନେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ମୁଖରେ ପଡ଼ିବା ସହିତ ଖାଲରେ ପଡ଼ି ମରୁଛନ୍ତି। ବାହର ଲୋକ ମାନଙ୍କୁ କମ୍ପାନୀରେ ଚାକିରୀ ମିଳୁଥିବା ବେଳେ ତାଙ୍କ ପିଲାମାନେ ସେଥିରୁ ବଞ୍ଚିତ ହେଉଛନ୍ତି। ପ୍ରତିବାଦ କଲେ ଗିରଫ କରିବା ଭୟ ଦେଖାଯାଉଛି। ଏହାର ପ୍ରତିକାର ପାଇଁ ଗ୍ରାମବାସୀ ମାନେ ସ୍ଥାନୀୟ ସାଂସଦ ଝିନ ହିକକାଙ୍କୁ ବହୁବାରେ ଜଣାଇଥିଲେ ମଧ୍ୟ ସେ କିଛି ବୁଝି ନଥିବା ଅଭିଯୋଗ ହୋଇଛି। କେବଳ ଜଣଙ୍କୁ ଛାଡ଼ି ଦେଲେ କେହି ଭୋଟ ଦେବାକୁ ନଆସିବାରୁ ୪ଟା ପର୍ଯ୍ୟନ୍ତ ଅପେକ୍ଷା କରି ୫ଟାରେ ଭୋଟ ଗ୍ରହଣ ପାଇଁ ଆସିଥିବା ଦଳ ଚାଲି ଯାଇଛିନ୍ତି। ବିଜେପିର ବିଧାୟକ ପ୍ରାର୍ଥୀ କୁମୁଦ ଚନ୍ଦ୍ର ସୁଉନ୍ତାଙ୍କ ସହିତ କିଛି କର୍ମୀ ମାନେ ଯାଇ ସେମାନଙ୍କୁ ବୁଝା ସୁଝା କରି ଥିଲେ ଗ୍ରାମ ବାସୀ ମାନେ ବୁଝି ନଥିଲେ।

Comments are closed.