ମାୟାବତୀ ଭାଇଙ୍କ ୪୦୦କୋଟିର ଜମି ଜବତ

ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ସୁଶ୍ରୀ ମାୟାବତୀଙ୍କ ଭାଇ ଆନନ୍ଦ କୁମାରଙ୍କ ୪୦୦କୋଟି ଟଙ୍କାର ଏକ ଜମିକୁ ଆୟକର ବିଭାଗ ଜବତ କରିଛି। ଉତ୍ତରପ୍ରଦେଶ ନଇଡାରେ ଥିବା ୭ଏକରର ଏହି ଜମିଟି ଆନନ୍ଦ କୁମାର ଓ ତାଙ୍କ ପତ୍ନୀ ବିଚିତ୍ର ଲତାଙ୍କ ନାମରେ ରହିଛି। ଆୟକର ବିଭାଗ ଅଧୀନ ବେନାମୀ ସମ୍ପତ୍ତି ପ୍ରତିରୋଧ ୟୁନିଟ (ବିପିୟୁ) ଏହି ଜମି ଜବତ କରିବାକୁ ଜୁଲାଇ ୧୬ରେ ନୋଟିସ ଜାରି କରିଥିଲା। ରିପୋର୍ଟ ଅନୁଯାୟୀ ବେଆଇନ ସମ୍ପତ୍ତି କାରବାର ନିରୋଧ ଆଇନ ୧୯୮୮ର ଧାରା ୨୪(୩) ଅନୁଯାୟୀ ଜମିକୁ ଜବତ କରାଯାଇଛି। ଏହି ଜମିଟି ଏକ ବେନାମୀ ସମ୍ପତ୍ତି। ୨୮,୩୨୮ ବର୍ଗ ମିଟର ବା ୭ଏକରର ଏହି ଜମିଟି ୪୦୦କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବେନାମୀ ସମ୍ପତ୍ତି ଆଇନ ଅନୁଯାୟୀ ଉଲ୍ଲଙ୍ଘନକାରୀଙ୍କୁ ୭ବର୍ଷ ଜେଲ୍ ଦଣ୍ଡ ସହିତ ଜମିର ବଜାର ମୂଲ୍ୟର ୨୫% ଜୋରିମାନା ଦେବାକୁ ପଡିବ। ନିକଟରେ ମାୟାବତୀ ତାଙ୍କ ଭାଇଙ୍କୁ ଦଳର ଜାତୀୟ ଉପାଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଥିଲେ।

Comments are closed.