କମଲେଶଙ୍କ ପତ୍ନୀ ହେଲେ ହିନ୍ଦୁ ସମାଜ ପାର୍ଟି ଅଧ୍ୟକ୍ଷ
ଲକ୍ଷ୍ନୌ: ଦୁର୍ବୃତ୍ତଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିବା କମଲେଶ ତିୱାରୀଙ୍କ ପତ୍ନୀ କିରଣ ତିୱାରୀଙ୍କୁ ହିନ୍ଦୁ ସମାଜ ପାର୍ଟି ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି। ଗତ ୧୮ ତାରିଖ ଦିନ କମଲେଶଙ୍କୁ ହତ୍ୟା କରାଯାଇଥିଲା। ଏହା ପରେ କିରଣ ତାଙ୍କ ସ୍ବାମୀଙ୍କ ଦାୟିତ୍ଵ ଗ୍ରହଣ କରିଛନ୍ତି। ସ୍ବାମୀଙ୍କ ହତ୍ୟା ପରେ କିରଣ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି। ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। କିରଣ ଦାୟିତ୍ଵ ଗ୍ରହଣ କରିବା ପରେ ଶନିବାର ଅପରାହ୍ନରେ ଏ ସମ୍ପର୍କରେ ଏକ ଖବରଦାତା ସମ୍ମିଳନୀରେ ସମ୍ବୋଧିତ କରିବେ।
Comments are closed.