ପର୍ସରେ ରଖନ୍ତୁ ଏହି ୪ଟି ଜିନିଷ, କଦାପି ହେବନି ଟଙ୍କାର ଅଭାବ

ଟଙ୍କା ପଇସା ରଖିବା ପାଇଁ ଅନେକ ଲୋକ ନିଜ ପାଖରେ ପର୍ସ ରଖିଥାଆନ୍ତି। ପର୍ସରେ ଟଙ୍କା ପଇସା ରଖିବା ସହ କିଛି ଆବଶ୍ୟକୀୟ ଜିନିଷପତ୍ର ମଧ୍ୟ ରଖିଥାନ୍ତି। କେତେକ ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ ଯେ, ଆମଦନୀ ଠାରୁ ଖର୍ଚ୍ଚ ଅଧିକ ବଢି ଯାଇଥାଏ। ଯଦି ଆପଣଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ହେଉଛି, ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ନୂଆ ଉପାୟ….
ପର୍ସରେ ଅଯୁଗ୍ମ ସଂଖ୍ୟାର ଗୋମତୀ ଚକ୍ର ରଖନ୍ତୁ। ଏହା ଦ୍ବାରା ଆପଣଙ୍କୁ କଦାପି ଟଙ୍କାର ଅଭାବ ହେବ ନାହିଁ। ମାନସିକସ୍ତରରେ ମଧ୍ୟ ଆପଣ ମଜବୁତ ରହିବେ। ଭବିଷ୍ୟତରେ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ରହିବ।
ଧଳା ରଙ୍ଗର ଅଣ୍ଡାକାର ପଥର (Oval white stone) ପର୍ସରେ ରଖନ୍ତୁ। ଏହା ଦ୍ବାରା ସର୍ବଦା ଆପଣ ଖୁସୀ ଅନୁଭବ କରିବେ। ନିଜ କାର୍ଯ୍ୟକୁ ନେଇ ଆପଣ ସକରାତ୍ମକ ରହିବେ। ଆପଣ ଖୁସୀ ଓ ସକରାତ୍ମକ ରହିଲେ ଆପଣଙ୍କ ଉନ୍ନତି ନିଶ୍ଚିତ।
ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଧନ କଦାପି କମ୍ ନ ହେଉ, ତେବେ ଆପଣ ପର୍ସରେ ଛୋଟ ନଡିଆ ଖଣ୍ଡ ରଖନ୍ତୁ। ନଡିଆ ଆପଣଙ୍କ ପର୍ସରେ ଯାଗା ହେଉନଥିଲେ ତେବେ ଆପଣ ବଡ ପର୍ସ ବ୍ୟବହାର କରିପାରନ୍ତି।
ଏହା ବ୍ୟତୀତ ଯଦି ଆପଣଙ୍କର ଅଧିକ ଟଙ୍କା ଖର୍ଚ୍ଚ ହେଉଛି, ତେବେ ପର୍ସରେ ଏକ ଅଶ୍ବତ୍ଥ ପତ୍ର ରଖନ୍ତୁ। ଏହା ଦ୍ବାରା ପର୍ସରେ କେବେ ଟଙ୍କାର ଅଭାବ ହେବ ନାହିଁ। କିନ୍ତୁ ଧ୍ୟାନ ରଖନ୍ତୁ ପତ୍ର ଯେପରି ମୋଡା ନ ହୁଏ ବା ସେଥିରେ କୌଣସି ଭାଙ୍ଗ ନ ପଡେ।

Comments are closed.