ଆତଙ୍କବାଦୀ ସଙ୍ଗଠନକୁ ଧକ୍କା : ପ୍ରବଳ ଚାପ ସତ୍ତ୍ବେ ଗୋଷ୍ଠୀରେ ସାମିଲ ହେଉ ନାହାନ୍ତି ଯୁବକ

ଶ୍ରୀନଗର : ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଙ୍ଗଠନ ଗୁଡ଼ିକଦ୍ୱାରା ପ୍ରବଳ ଚାପ ଓ ପ୍ରଲୋଭନ ସତ୍ତ୍ବେ କାଶ୍ମୀରର ଅଧିକାଂଶ ଯୁବକ ସେମାନଙ୍କ ଷଡ଼ଯନ୍ତ୍ରର ଶିକାର ହୋଇପାରି ନାହାନ୍ତି ବୋଲି ଜମ୍ମୁ-କାଶ୍ମୀର ପୁଲିସ୍‍ ମହାନିର୍ଦ୍ଦେଶକ ଦିଲ୍‍ବାଗ୍‍ ସିଂହ କହିଛନ୍ତି ।  ସେ କହିଛନ୍ତି, ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକରେ ସାମିଲ୍‍ ହେଉଥିବା ଯୁବକମାନଙ୍କ ସଂଖ୍ୟା ବହୁତ କମ୍‍
ରହିଛି। ସେ କହିଛନ୍ତି, ଆତଙ୍କବାଦୀ ମାନେ କାଶ୍ମୀର ଉପତ୍ୟକାର ଅଧିବାସୀମାନଙ୍କ ସ୍ୱାଭାବିକ ଜୀବନଶୈଳୀରେ ହସ୍ତକ୍ଷେପ କରିବାକୁ ଏବେ ମଧ୍ୟ ଉଦ୍ୟମ ଚଳାଇଛନ୍ତି। କିନ୍ତୁ ପୁଲିସ୍‍ ସେମାନଙ୍କର ସବୁ ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଛି । ଡିଜିପି ଦିଲ୍‍ବାଗ୍‍ ସିଂହ,  ଦକ୍ଷିଣ କାଶ୍ମୀର କୁଲ୍‍ଗାମ୍‍କୁ ଗସ୍ତରେ ଯାଇଥିବାବେଳେ ଏହା କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ବହୁତ ବଦଳି ଯାଇଛି ଓ ଉପତ୍ୟକାରେ ସ୍ୱାଭାବିକ ପରିସ୍ଥିତି ଫେରିବାରେ ଲାଗିଛି

Comments are closed.