କରୱାଚୌଥ ପାଇଁ ଥାଳିରେ ରଖନ୍ତୁ ଏହି ସ୍ୱତନ୍ତ୍ର ପୂଜା ସାମଗ୍ରୀ

ଚଳିତ ବର୍ଷ କରୱାଚୌଥର ବ୍ରତ ଗୁରୁବାର ୧୭ ଅକ୍ଟୋବରରେ ଅର୍ଥାତ ଆସନ୍ତା କାଲି। ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ପାଳନ କରିଥାଆନ୍ତି। ଏହି ଦିନ ମହିଳାମାନେ ଚନ୍ଦ୍ରମାଙ୍କୁ ପୂଜାର୍ଚ୍ଚନା କରି ସୁଖମୟ ବୈବାହିକ ଜୀବନ ପାଇଁ କାମନା କରିଥାଆନ୍ତି। ଚନ୍ଦ୍ରମାଙ୍କୁ ପୂଜା କରିବା ଦ୍ୱାରା ମହିଳାଙ୍କ ସ୍ୱାମୀ ଦୀର୍ଘାୟୁ ହେବା ସହ ଶାନ୍ତି ଜୀବନର ଆଶୀର୍ବାଦ ମିଳିଥାଏ। କରୱାଚୌଥର ପୂଜା ପାଇଁ ପୂର୍ବ ପ୍ରସ୍ତୁତି କିଛି ଦିନ ପୂର୍ବରୁ ମହିଳା ମାନେ କରିଥାଆନ୍ତି। ଜାଣନ୍ତୁ ପୂଜା ଥାଳିରେ କେଉଁ ସାମଗ୍ରୀ ନରହିଲେ ପୂଜା ସମ୍ପୂର୍ଣ୍ଣ ହୋଇନଥାଏ ବୋଲି କୁହାଯାଏ।
ପୂଜା ଥାଳିରେ ଆବଶ୍ୟକ ସାମଗ୍ରୀ
୧ – ଚାଲୁଣି
୨ – ରଙ୍ଗବେରଙ୍ଗର ଢାଙ୍କୁଣୀ ଥିବା ମାଟି କଳସ
୩ – ଦୀପ
୪ – ସିନ୍ଦୂର
୫ – ଫୁଲ
୬ – ଫଳ
୭ – ଖୁଆ
୮ – ତୁଳାର ସଳିତା
୯ – କଂସା ଧାତୁରେ ନିର୍ମିତ ଦିଆସିଲି କାଠି ଆକାରର କଣ୍ଟା
୧୦ – ନମକିନ ଓ ମିଠାଳିଆ ମଇଦାରେ ପ୍ରସ୍ତୁତ ଛଣା ଦ୍ରବ୍ୟ (ମଠ୍‍ଠିୟାଁ)
୧୧ – ମିଠା
୧୨ – ଲାଲ ରଙ୍ଗର ସୂତା, ଅକ୍ଷତ (ଚାଉଳ )
୧୩ – ଅଟାରେ ପ୍ରସ୍ତୁତ ଦୀପ
୧୪ – ଧୂପ ବା ଅଗରବତୀ
୧୫ – ତମ୍ବାରେ ଲୋଟାରେ ଜଳ
୧୬ – ୮ଟି ପୁରି ଓ ହାଲୱା

Comments are closed.