ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଗାଁଠୁ ସହର ଚଳଚଞ୍ଚଳ 

ଯାଜପୁର : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥିପାଇଁ ଗାଁଠୁ ସହର ଚଳଚଞ୍ଚଳ ହୋଇ ଉଠିଛି । ଆଜିର ଦିନରେ ବୋଇତ ବନ୍ଦାଣର ପରମ୍ପରା ରହିଆସିଛି । ସେଥିପାଇଁ ଯାଜପୁର ଜିଲ୍ଲା ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ବଢ଼ି ଭୋରରୁ ହଜାର ହଜାର ଶ୍ରଦ୍ଧାଳୁ ବୋଇତ ବନ୍ଦାଣ ପାଇଁ ଭିଡ ଜମାଇଛନ୍ତି । ଓଡିଶାର ନୌ ବାଣିଜ୍ୟ ପରମ୍ପରାକୁ ମନେ ରଖିବା ପାଇଁ ପ୍ରତ୍ୟେକ ଓଡିଆ ଏହି ଦିନ ବୋଇତ ବନ୍ଦାଣ କରିଥାନ୍ତି । କଦଳୀ ପାଟୁଆ ଏବଂ ସୋଲରେ ନିର୍ମିତ ଡଙ୍ଗା(ବୋଇତ)କୁ ନିଜ ପରିବାର ଲୋକଙ୍କ ସହିତ ଆସି ବୈତରଣୀ ନଦୀରେ ଶ୍ରଦ୍ଧାଳୁମାନେ ଭସାଇଛନ୍ତି  । ଆ କା ମା ବୈ… ଧ୍ୱନିରେ ପ୍ରକମ୍ପିତ ହୋଇଛି ସମଗ୍ର  ଅଞ୍ଚଳ। ଦଶାଶ୍ୱମେଧ ଘାଟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିବାରୁ କୌଣସି ପ୍ରକାର ଅଘଟଣକୁ ଏଡାଇବା ପାଇଁ ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି ।

 

Comments are closed.