ବାରଙ୍ଗ ପ୍ରସିଦ୍ଧ କାର୍ତ୍ତିକେଶ୍ୱର ପୂଜା ଆରମ୍ଭ

ବାରଙ୍ଗ  : ବାରଙ୍ଗ ଅଞ୍ଚଳର ପ୍ରସିଦ୍ଧ କାର୍ତ୍ତିକେଶ୍ୱର ପୂଜା ଆରମ୍ଭ ହୋଇଛି। ପଞ୍ଚକର ପ୍ରଥମ ଦିନରୁ କେତେକ ମଣ୍ଡପରେ ପୂଜାର୍ଚ୍ଚନା ଚାଲିଥିବାବେଳେ ପୂର୍ଣ୍ଣିମାଦିନ ଅବଶିଷ୍ଟ ମଣ୍ଡପରେ କାର୍ତ୍ତିକେଶ୍ୱରଙ୍କ ସହ ଅନ୍ୟାନ୍ୟ ଦେବଦେବୀ ପୂଜା ପାଇବେ। ବାରଙ୍ଗ ସମେତ ଆଖପାଖ ଅଞ୍ଚଳରେ ମୋଟ ୫୫ଟି ପୂଜା ମଣ୍ଡପରେ ଦେବଦେବୀ ପୂଜା ପାଉଛନ୍ତି।

ମୁଣ୍ଡମୁହାଣ

ଦାଢ଼ା, ଦାଢ଼ା ପାଟଣାରେ ୧୩ଟି, ଫୁଲପୋଖରୀ ଓ ବଛିପୁର ଗ୍ରାମରେ ୭ଟି ପୂଜା ମଣ୍ଡପ ହୋଇଛି। ସେହିପରି ଷ୍ଟେସନ ବଜାର, ଗେଟ୍‍ ବଜାର, ସୀତାରାମ ବଜାର, ଗୋଲେଇଛକ, ଗଦେଇକୁଦ, ଆଦିବାସୀ ସାହି, ପୁରୁଣା ବାରଙ୍ଗ, କଣ୍ଟାପାଟଣା, ଶ୍ରୀବନ୍ତପୁର, ସାମଲ ସାହି, ମଧୁବନ, ତ୍ରିଶୂଳିଆ, ନରଣପୁର, ବେଲଗଛିଆ, କୃଷ୍ଣଚନ୍ଦ୍ରପୁର, ମୁଣ୍ଡମୁହାଣ, ଫକିରପଡା, ଗୋଡିସାହି, ରାମଦାସପୁର, ମୁଣ୍ଡଳୀ, ନରାଜ, ତଳଗଡ଼, ମାର୍ଥାପୁର, ଷଣ୍ଢପୁର, ବ୍ରାହ୍ମଣୀଗାଁ, କଲେଜ ଛକ, ରଘୁନାଥପୁର, ଗଣ୍ଡରପୁର, ବାଲିପଡା, ରାମଚଣ୍ଡୀରେ ଗୋଟିଏ ଲେଖାଏଁ ପୂଜା ମଣ୍ଡପ ହୋଇଥିବା ବେଳେ ବାଆଁରାରେ ୨ଟି ମଣ୍ଡପ ହୋଇଛି। ମଣ୍ଡପଗୁଡ଼ିକରେ ରଙ୍ଗବେରଙ୍ଗର ଆଲୋକମାଳା ଓ ସଉଚ୍ଚ ତୋରଣ ପ୍ରତି ଗୁରୁତ୍ୱ ଦିଆଯାଇଛି। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଅୟୋଜନ କରାଯାଇଛି।

ନରଣପୁର

ମୁଣ୍ଡମୁହାଣ ପୂଜାକମିଟି ପଞ୍ଚକଠାରୁ ପୂଜା ଆରମ୍ଭ କରିଛି। ଚଳିତବର୍ଷ କମିଟି ପ୍ଲାଷ୍ଟିକ ଓ ପଲଥିନମୁକ୍ତର ବାର୍ତ୍ତା ପ୍ରଦାନ ପାଇଁ ଉଦ୍ୟମ କରିଛନ୍ତି। ଚଳିତବର୍ଷ ୫ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି ବୋଲି ପୂଜାକମିଟିର ସଭାପତି ପ୍ରଦୀପକୁମାର ବେଉରା ଓ ସମ୍ପାଦକ ମନୋରଞ୍ଜନ ଚୌଧୁରୀ କହିଛନ୍ତି। ଏହି ଭାଇଚାରାର ପର୍ବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବାରେ ଅଞ୍ଚଳବାସୀ ସହଯୋଗ କରିବାକୁ ବାରଙ୍ଗ ଆଞ୍ଚଳିକ ଶାନ୍ତି କମିଟିର ସମ୍ପାଦକ ସୁରେଶ ମହାନ୍ତି ନିବେଦନ କରିଛନ୍ତି। କାର୍ତ୍ତିକଶ୍ୱର ପୂଜା ଅବସରରେ ବାରଙ୍ଗ ଚୁଡ଼ଙ୍ଗଗଡ଼ ମହୋତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହେବ। ଏଥିପାଇଁ ମହୋତ୍ସବ କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି।

Comments are closed.