ପାକିସ୍ତାନ ଦେଖାଇଲା ଅସଲ ଚେହେରା : କରତାରପୁର କରିଡ଼ର ଉଦଘାଟନୀ ଦିନ ମଧ୍ୟ ଶ୍ରଦ୍ଧାଳୁଙ୍କଠୁ ଆଦାୟ କରିବ ଅର୍ଥ

ନୂଆଦିଲ୍ଲୀ : ବହୁପ୍ରତୀକ୍ଷିତ କରତାରପୁର କରିଡ଼ରକୁ ନେଇ ଶୁକ୍ରବାର ପାକିସ୍ତାନ ନିଜର ଅସଲ ଚେହେରା ଦେଖାଇଛି। ପୂର୍ବରୁ କରତାରପୁର ଗୁରୁଦ୍ଵାରର ଉଦଘାଟନୀ ଉତ୍ସବରେ ଭାରତୀୟ ଶ୍ରଦ୍ଧାଳୁଙ୍କ ଠାରୁ ଅର୍ଥ ଆଦାୟ ନ କରିବାପାଇଁ କହିଥିବା ପାକିସ୍ତାନ ନିଜ ମତ ପରିବର୍ତ୍ତନ କରିଛି। ଆସନ୍ତାକାଲି ହେବାକୁ ଥିବା ଉଦଘାଟନୀ ଉତ୍ସବରେ ମଧ୍ୟ ପାକିସ୍ତାନ ୨୦ ଡଲାର ଅର୍ଥାତ ୧୪୦୦ ଟଙ୍କା ଅର୍ଥ ଆଦାୟ କରିବ ବୋଲି କହିଛି।

ଏହା ପୂର୍ବରୁ କରିଡର ଉଦଘାଟନୀ ଦିନ ଭାରତୀୟ ତୀର୍ଥଯାତ୍ରୀଙ୍କୁ ଭିସା ମୁକ୍ତ ସେବା ପ୍ରଦାନ କରାଯିବ ବୋଲି ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ମହମ୍ମଦ ଫୈଜଲ କହିଥିଲେ।

Comments are closed.