ବାଇକକୁ ଧକ୍କା ଦେଲା ବୋଲେରୋ ; ୨ ବାଇକ ଆରୋହୀ ମୃତ

କାଲିମେଳା : ମାଲକାନଗିରି ଜିଲା ପୋଟେରୁ କଲେଜ ଛକ ନିକଟରେ ସୋମବାର ଅପରାହ୍ନ ପ୍ରାୟ ୫ ଟା ସମୟରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଗୋଟିଏ ବୋଲେରୋ ଏକ ବାଇକକୁ ମୁହାଁ ମୁହିଁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ୨ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ବଲେରୋ ଡ୍ରାଇଭର ଆହତ ହୋଇଛନ୍ତି। ୨ ବାଇକ ଆରୋହୀଙ୍କ ମୃତ୍ୟୁ ପରେ ଉତ୍ତେଜିତ ଲୋକେ ଦୁର୍ଘଟଣା ଘଟାଇଥିବା ବୋଲେରୋ ଗାଡିଟିକୁ ଜାଳିଦେଇଥିବା ଦେଖିବାକୁ ମିଳିଛି। ଦୁଇ ମୃତକ ଜଣଙ୍କ ହେଉଛନ୍ତି ଗୁମୁକା ପଞ୍ଚାୟତର ଏମଭି-୬୫ ଗ୍ରାମର ଯୋଗେଶ ଗାଇନଙ୍କ ପୁଅ ଶ୍ୟାମଲ ଗାଇନ ଓ ଏମପିଭି-୧୩ ଗ୍ରାମର ମଣିନ୍ଦ୍ର ଦାସଙ୍କ ପୁଅ ମେଘନାଥ ଦାସ ବୋଲି ଜଣାପଡିଛି। ପୋଟେରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେଠାରେ ଏବେ ବି ପରିସ୍ଥିତି ଅଣାୟତ ରହିଛି।

ଘଟଣା ସ୍ଥଳରୁ ମିଳିଥିବା ସୂଚନା ଅନୁଯାଇ କାଲିମେଳା ଅଞ୍ଚଳର ଏକ ବୋଲେରୋ ଯାହାର ଗାଡି ନଂ ଓଡି ୩୦ ସି ୧୮୯୮ ମାଲକାନଗିରି ରୁ କାଲିମେଳା ଅଭିମୁଖେ ଆସୁଥିବା ସମୟରେ ପୋଟେରୁ ଥାନା ଠାରୁ ପ୍ରାୟ ୩ ଶହ ମିଟର ଦୁର ତଥା ପୋଟେରୁ କଜେଜ ଛକ ନିକଟରେ କାଲିମେଳାରୁ ମାଲକାନଗିରି ଅଭିମୁଖେ ଏକ ବାଇକ ଯାହାର ନଂ ଓଡି ୩୦ ଏ ୯୦୦୨କୁ ଯୋଗେ ଦୁଇଜଣ ବ୍ୟକ୍ତି ଯାଉଥିବା ସମୟରେ ସମ୍ମୁଖ ପଟୁ ବୋଲେରୋଟି ଦୁତଗତିରେ ଆସି ଧକ୍କା ଦେଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ପକ୍ଷରୁ ଜଣାପଡିଛି। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣା ସ୍ଥଳରେ ଦୁଇ ବାଇକ ଆରୋହି ନିକଟରେ ଥିବା କଲଭର୍ଟ ତଳେ ଥିବା ନାଳ ପାଣିରେ ଛିଟିକି ପଡିଥିଲେ।ଏବଂ ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଏହାସହ ଦୁଘଟଣା ଘଠାଇ ବୋଲେରୁ ଟି ୧ଶହ ମିଟର ଦୁରକୁ ଘୁଷାଡି ହୋଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ତେବେ ବୋଲେରୋ ଚାଳକଙ୍କ ଭୁଲ ପାଇଁ ଏଭଳି ଦୁର୍ଘଟଣା ହେଲା ବୋଲି ଉପସ୍ଥିତ ଲୋକମାନେ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ କାଲିମେଳା ଥାନା ଅଧିକାରୀ ଚନ୍ଦ୍ର ଶେଖର ସବର ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛନ୍ତି। ମୃତ ଶ୍ୟାମଲ ପୁଲିସ ବିଭାଗରେ ଗ୍ରାମରଖୀ ଭାବେ ଦାଇତ୍ୱ ତୁଲାଉଥିବା ଜଣାପଡିଛି।

Comments are closed.