ବିଦ୍ୟୁତ ଆଘାତରେ ଶ୍ରମିକ ମୃତ

କଳାହାଣ୍ଡି : କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଥିବା ସମ୍ଭୁନଗର ପଡ଼ାର ଏକ ନୂତନ କୋଠା ନିର୍ମାଣ ବେଳେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବ ଶ୍ରମିକଙ୍କ  ମୃତ୍ୟ ହୋଇଛି। ମୃତ ଶ୍ରମିକ ଜଣକ ସଦର ଥାନା ଅନ୍ତର୍ଗତ ଭଙ୍ଗାବାରି ଗ୍ରାମର ଗୁଡୁ ରଣା ବୋଲି ଜଣା ପଡ଼ିଛି।  ଶ୍ରମିକ ଜଣକୁ ସମ୍ପୃକ୍ତ ଠିକାଦାର ପ୍ରଥମେ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେହେଁ  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘରର ଗୋଟିଏ ବୋଲି  ରୋଜଗାରୀଆ ପୁଅ ହୋଇଥିବାରୁ  ପରିବାର ପ୍ରତିପୋଷଣ ପାଇଁ ଚିନ୍ତା ବଢି ଯାଇଛି। ସମ୍ପୃକ୍ତ ଠିକାଦାର, ନିର୍ମାଣଧିନ କୋଠା ମାଲିକ ଓ ପ୍ରଶାସନ ପକ୍ଷରୁ ସହାୟତା ମିଳିପାରିଲେ ମୃତ ଶ୍ରମିକର ପରିବାରଲୋକେ ଉପକୃତ ହୋଇପାରିବେ ବୋଲି ସ୍ଥାନୀୟଲୋକେ ଦାବୀ କରିଛନ୍ତି ।

Comments are closed.