ଜୁନ୍‍ ୮ରୁ କୈଳାଶ ମାନସରୋବର ଯାତ୍ରା

ନୂଆଦିଲ୍ଲୀ : ବାର୍ଷିକ କୈଳାଶ ମାନସରୋବର ଯାତ୍ରା ଆସନ୍ତା ଜୁନ୍‍ ମାସ ୮ତାରିଖରୁ ସେପ୍ଟେମ୍ବର ୮ତାରିଖ ପର୍ଯ୍ୟନ୍ତ ଚାଲିବ।  ଚଳିତ ବର୍ଷ ଏହି  ଯାତ୍ରା ପାଇଁ ୨ ହଜାର ୯୯୬ ଜଣ ଅନ୍‍ଲାଇନରେ ପଞ୍ଜୀକୃତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨୨୫୬ଜଣ ପୁରୁଷ ଆବେଦନକାରୀ ଥିବାବେଳେ ୭୪୦ ଜଣ ମହିଳା ଆବେଦନକାରୀ ଅଛନ୍ତି।

୧୮ଟି ବ୍ୟାଚରେ ୬୦ଜଣ ଲେଖାଁଏ ଯାତ୍ରୀ ଲିପୁଲେଖ ରାସ୍ତାରେ ଯାତ୍ରା କରିବେ। ସେହିପରି ୫୦ଜଣ ଲେଖାଁଏ ଯାତ୍ରୀ ୧୦ଟି ବ୍ୟାଚରେ ନାଥୁଲା ମାର୍ଗ ଦେଇ ଯାତ୍ରା କରିବେ।​‌​​‌

ବିଦେଶ ସଚିବ ବିଜୟ ଗୋଖଲେ କମ୍ପ୍ୟୁଟର ଚାଳିତ ଲଟେରୀ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ  ୦୧୧-୨୪୩୦୦୬୫୫  ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।

Comments are closed.