ସାମ୍ବାଦିକ ରାମହରି ମିଶ୍ରଙ୍କ ବିୟୋଗରେ ଶୋକସଭା

ଭୁବନେଶ୍ୱର: ସାମ୍ବାଦିକ, ସଂଗଠକ ତଥା ସାମ୍ବାଦିକ ଓ ଗଣ ଯୋଗାଯୋଗ ପ୍ରଫେସର ରାମହରି ମିଶ୍ରଙ୍କ ବିୟୋଗରେ ସଚିବାଳୟସ୍ଥିତ ପ୍ରେସ ଲାଉଞ୍ଜରେ ଶନିବାର ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ବୈଷ୍ଣବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନେ ସ୍ୱର୍ଗତଃ ମିଶ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଶୋକସଭାରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଜୀମୂତ ମଙ୍ଗରାଜ, ଭାଗବତ ତ୍ରିପାଠୀ, ସଞ୍ଜୟ କୁମାର ଦାସ, ବିବେକ ଜେନା, ଭବାନୀ ପରିଜା, ବିଜୟ ପଣ୍ଡା, ବିଜୟ ପରିଡ଼ା, ପାର୍ଥ ଜେନା, ପରେଶ ଜେନା, ସଞ୍ଜୟ ପ୍ରଧାନ, ରତିକାନ୍ତ ମହାନ୍ତି, ସନତ ମିଶ୍ର, ଧୀରେନ ସ୍ୱାଇଁ, ଅଜୟ ବେହେରା, ଚିତ ପଟ୍ଟନାୟକ, ହୃଷିକେଶ ମହାନ୍ତି, ଚିତ ପଟ୍ଟନାୟକ, ବଳରାମ ନନ୍ଦ, ସନାତନ ଦଳବେହେରା ଦେବକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

Comments are closed.