ଜାମ୍ମୁ କାଶ୍ମୀର : ସୋପୋର ଅଞ୍ଚଳରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ଼ ,୧୯ ଆହତ, ୫ ଗୁରୁତର

ଶ୍ରୀନଗର : ଜାମ୍ମୁ କାଶ୍ମୀରର ସୋପୋର ଅଞ୍ଚଳରେ ଏକ ବସ ଷ୍ଟାଣ୍ଡ ନିକଟରେ ରବିବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଥିବା ଜଣାପଡିଛି । ଏହି ଆକ୍ରମଣରେ ୧୯ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସମେତ ୫ଜଣ  ଗୁରୁତର ଆହତ ହୋଇଛନ୍ତି, ତାଙ୍କୁ ଶ୍ରୀନଗରର ଏକ ହାସ୍ପାତାଳକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

pic. Courtesy : amarujala.com

ଆକ୍ରମଣ ପରେ ସେନାବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । ସଂମ୍ପୂର୍ଣ୍ଣ ଅଞ୍ଚଳକୁ ନିଜ ଅଧିନକୁ ନେଇ ଖାନତଲାସୀ ଆରମ୍ଭ କରିଛି । କାଶ୍ମୀର ଜୋନ୍ ପୁଲିସ ଅନୁସାରେ ଆତଙ୍କବାଦୀମାନେ ବସ୍ ଷ୍ଟାଣ୍ଡରେ ସାଧାରଣ ନାଗରିକଙ୍କ ଉପରକୁ ଲକ୍ଷ୍ୟ କରି ଗ୍ରେନେଡ ଫିଙ୍ଗିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Comments are closed.