‘ଫନି’ କ୍ଷୟକ୍ଷତି ଆକଳନ ସମୟରେ ଆର.ଆଇ ଓ ତାଙ୍କ ସହଯୋଗୀଙ୍କୁ ଆକ୍ରମଣ ଅଭିଯୋଗ

ଯାଜପୁର : ଯାଜପୁର ଜିଲା ବିଂଝାରପୁର ତହସିଲ ଅନ୍ତର୍ଗତ ପ୍ରିତିପୁର ଗାଁକୁ ‘ଫନି’ ଜନିତ କ୍ଷୟକ୍ଷତିର ଆକଳନ କରିବାକୁ ମହିଳା ରାଜସ୍ୱ ନିରୀକ୍ଷକ ଓ ତାଙ୍କ କର୍ମଚାରୀ ଯାଇଥିବା ବେଳେ କେତେକ ଦୁର୍ବୃତ୍ତ ତାଙ୍କୁ ଅଶ୍ମିଳ ଭାଷାରେ ଗାଳିଗୁଲଜ କରିଥିଲେ। ଆରଆଇଙ୍କ ସହିତ ଯାଇଥିବା ଅନ୍ୟ କର୍ମଚାରୀଙ୍କୁ କେତେକ ଦୁର୍ବୃତ୍ତ ଆକ୍ରମଣ କରିବା ସହିତ ଗଛରେ ବାନ୍ଧି ପକାଇଥିଲେ । ଏ ସମ୍ପର୍କରେ ଆର.ଆଇ ସଂଘ ପକ୍ଷରୁ ଯାଜପୁର ଜିଲାପାଳଙ୍କୁ ଭେଟି ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରାଯାଇଛି।

‘ପଂନି’ କ୍ଷୟକ୍ଷତି ଆକଳନ ଓ ଅନ୍ୟାନ୍ୟ ସମୟରେ ସେମାନଙ୍କୁ ପୁଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯିବ  ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ ।

Comments are closed.