୫ଲକ୍ଷରୁ କମ୍‌ ଆୟ ପାଇଁ ଆୟକର ଛାଡ଼, କର୍ପୋରେଟ ଟିକସ କୋହଳ କରିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ: ସଂସଦରେ ବଜେଟ ଉପସ୍ଥାପନ ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଟିକସଦାତାଙ୍କୁ ପ୍ରଶଂସା କରିଛନ୍ତି। ଭାରତ ନିର୍ମାଣରେ ଟିକସଦାତାଙ୍କ ମହତ୍ଵପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି। ଏଥିସହ ଆୟକର ଛାଡ଼ ସୀମା ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା କହିଛନ୍ତି। ୫ ଲକ୍ଷ ଟଙ୍କାରୁ କମ୍‌ ଆୟ ପାଇଁ ଆୟକର ସମ୍ପୂର୍ଣ୍ଣ ଛାଡ଼ କରାଯିବା ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

ଟିକସ ଆଦାୟ କ୍ଷେତ୍ରରେ ଅଦ୍ଭୂତପୂର୍ବ ଉତ୍ଥାନ ଘଟିଛି। ୨୦୧୩-୧୪ରେ ୬.୩୮ ଲକ୍ଷ କୋଟି ଟଙ୍କାର ଟିକସ ଆଦାୟ ହୋଇଥିଲା। ୨୦୧୮-୧୯ରେ ୧୧.୩୭ ଲକ୍ଷ କୋଟି ଟଙ୍କା ଟିକସ ଆଦାୟ ହୋଇଛି। ସେହିପରି କର୍ପୋରେଟ ଟିକସ କ୍ଷେତ୍ରରେ କୋହଳ ମମୋନଭାବ ପୋଷଣ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି। ୨୫୦ କୋଟି ଟଙ୍କାର କାରବାର ଥିବା କମ୍ପାନୀକୁ ୨୫% କର୍ପୋରେଟ ଟିକସ ଦେବାକୁ ପଡ଼ୁଥିଲା। ୨୫% ଟିକସ ପାଇଁ କାରବାର ପରିମାଣ ୪୦୦​‌ କୋଟିକୁ ବୃଦ୍ଧି କରିବାକୁ ସେ ପ୍ରସ୍ତାବ ଦେଇଥିବା କହିଛନ୍ତି। ଏହା ବ୍ୟତୀତ ବିଦ୍ୟୁତ ଚାଳିତ ଯାନ ଓ ସୋଲାର ପ୍ୟାନେଲ ପାଇଁ ଜିଏସଟି ୧୨ରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି।

Comments are closed.