ପ୍ରତିଷ୍ଠା ଦିବସରେ ଭାରତୀୟ ବାୟୁସେନାର ଶକ୍ତି ଓ ପରାକ୍ରମ ପ୍ରଦର୍ଶନ

ନୂଆଦିଲ୍ଲୀ : ଆଜି ଭାରତୀୟ ବାୟୁସେନା ଦିବସ । ବାୟୁସେନାର ଏହି ୮୭ ତମ ପ୍ରତିଷ୍ଠା ଦିବସ ଗାଜିଆବାଦ ହିଣ୍ଡନ ଏୟାରବେସରେ ପାଳନ କରାଯାଉଛି । ବାୟୁସେନା ନିଜର ଶକ୍ତି ଓ ପରାକ୍ରମ ପ୍ରଦର୍ଶନ କରିଛି ।  ଆମେରିକା, ଚୀନ ଏବଂ ଋଷ ପରେ ଭାରତୀୟ ବାୟୁସେନା ହେଉଛି ବିଶ୍ବର ଚତୁର୍ଥ ବୃହତ ବାୟୁସେନା । ସାରା ଦେଶରେ ଭାରତୀୟ ବାୟୁସେନାର ୬୦ଟି ବାୟୁସେନା ଘାଟି ରହିଛି । ଦେଶ ସୁରକ୍ଷା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ବାୟୁସେନା ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ବଳିଷ୍ଠ ଯୋଗଦାନ କରିଛି । ଉତ୍ତରାଖଣ୍ଡର ପ୍ରଳୟଙ୍କରୀ ବନ୍ୟା ସମୟରେ ଭାରତୀୟ ବାୟୁସେନା ୨୦,୦୦୦ ଲୋକଙ୍କୁ ଉଦ୍ଧାର କରି ବିଶ୍ବରେକର୍ଡ ସ୍ଥାପନ କରିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାୟୁସେନା ଦିବସ ଅବସରରେ ଟ୍ବିଟ କରି ଦେଶ ପାଇଁ ବାୟୁସେନାର ଉତ୍ସର୍ଗୀକୃତ ସେବା ନିମନ୍ତେ ଅଭିନନ୍ଦନ ଜଣାଇବା ସହ ଦେଶ ସେମାନଙ୍କ ପାଇଁ ଗର୍ବ ଅନୁଭବ କରେ ବୋଲି କହିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଏହି ବୀର ଯୋଦ୍ଧାଙ୍କ ପରିବାର ବର୍ଗଙ୍କୁ କୃତଜ୍ଞାତା ଜଣାଇଛନ୍ତି ।

 

Comments are closed.