ବିଶ୍ୱ ନବସୃଜନ ସୂଚୀରେ ୫ଟି ସ୍ଥାନ ଉପରକୁ ଉଠିଲା ଭାରତ

ନୂଆଦିଲ୍ଲୀ :  ବିଶ୍ୱ ନବସୃଜନ ବା ନବୀକରଣ ସୂଚୀରେ ଭାରତର ସ୍ଥାନରେ ଉନ୍ନତି ଘଟିଛି । ୨୦୧୯ରେ ଭାରତ ବିଶ୍ୱ ନବସୃଜନ ସୂଚୀରେ ପାଞ୍ଚୋଟି ସ୍ଥାନ ଉପରକୁ ଉଠି ୫୨ତମ ସ୍ଥାନରେ ରହିଛି । ୨୦୧୮ରେ ଭାରତର ସ୍ଥାନ ଏହି ସୂଚୀରେ ୫୭ ଥିଲା । ବିଶ୍ୱର ୧୨୯ଟି ଅର୍ଥନୀତିର ନବସୃଜନ କ୍ଷେତ୍ରରେ ପ୍ରଦର୍ଶନକୁ ଭିତ୍ତି କରି ଏହି ସୂଚୀ ପ୍ରସ୍ତୁତ କରାଯାଇଥାଏ । ସେଗୁଡ଼ିକ ମଧ୍ୟରେ ରାଜନୈତିକ ପରିବେଶ, ଶିକ୍ଷା, ମୌଳିକ ଢାଞ୍ଚା ଓ ବ୍ୟବସାୟିକ ସୁଯୋଗ ଆଦି ଅନ୍ତର୍ଭୁକ୍ତ । ଭାରତ ନବୀକରଣ ଏବଂ ନୂଆ ନୂଆ ଜ୍ଞାନକୌଶଳ କ୍ଷେତ୍ରରେ ଭଲ ପ୍ରଦର୍ଶନ କରି ଆସିଛି ଓ ୨୦୧୫ଠାରୁ ବିଶ୍ୱ ନବସୃଜନ ସୂଚୀରେ ୨୯ଟି ସ୍ଥାନ ଉପରକୁ ଉଠିଛି । ସ୍ୱିଜରଲାଣ୍ଡ ଏହି ସୂଚୀରେ ପ୍ରଥମ ସ୍ଥାନରେ ରହିଛି । ନୂଆଦିଲ୍ଲୀରେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ୍‍ ବିଶ୍ୱ ନବସୃଜନ ସୂଚୀ- ୨୦୧୯କୁ ଉନ୍ମୋଚନ କରିଛନ୍ତି ।

Comments are closed.