ଦ୍ବିପାକ୍ଷିକ ଟେଷ୍ଟ ସିରିଜ୍: ଭାରତ ୫ ; ବାଂଲାଦେଶ ୦

ଇନ୍ଦୋର : ଘରୋଇ ବାଂଲାଦେଶ ବିପକ୍ଷରେ ଆସନ୍ତା ୧୪ରୁ ଏଠାରେ ଭାରତୀୟ କ୍ରିକେଟ ଦଳ ପ୍ରଥମ ଟେଷ୍ଟମ୍ୟାଚ୍ ଖେଳିବ। ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଏହା ପ୍ରଥମ ଟେଷ୍ଟମ୍ୟାଚ୍ ହେବ। ଆଇସିସି ଟେଷ୍ଟ ଚମ୍ପିଆନ୍‌ସିପ୍ ଅନ୍ତର୍ଗତ ଏହା ଭାରତର ୩ୟ ଟେଷ୍ଟ ସିରିଜ୍ ହେବ। ପୂର୍ବରୁ ୱେଷ୍ଟଇଣ୍ଡିଜ୍ (୩) ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୨ଟି ଟେଷ୍ଟ ସିରିଜ୍‌ରେ ୫ଟି ମ୍ୟାଚ୍ ଖେଳିଛି। ଏହି ୫ଟିଯାକ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ଫଳରେ ସର୍ବାଧିକ ୨୪୦ ପଏଣ୍ଟ ସହ ଭାରତ ଟେବୁଲ ଶୀର୍ଷରେ ରହିଛି। ଏପରି ବିଜୟଧାରା ବଜାୟ ରଖିବାକୁ ଭାରତ ନିଶ୍ଚୟ ଚାହିଁବ। କିଛି ଚମତ୍କାର କିମ୍ବା ବର୍ଷା ବାଧକ ନ ସାଜିଲେ; ଭାରତ ଆଉ ୨ଟି ଟେଷ୍ଟମ୍ୟାଚ୍ ବିଜୟୀହେବା ନିଶ୍ଚିତ। ତେବେ ଏହି ସିରିଜ୍ ଆରମ୍ଭହେବା ପୂର୍ବରୁ ଆସନ୍ତୁ ନଜର ପକାଇବା ଅଦ୍ୟାବଧି ଭାରତ ଓ ବାଂଲାଦେଶ ମଧ୍ୟରେ ଅଦ୍ୟାବଧି ଖେଳା ଯାଇଥିବା ଟେଷ୍ଟ ସିରିଜ୍‌ର ରେକର୍ଡ ଉପରେ।
ଭାରତ ଓ ବାଂଲାଦେଶ ମଧ୍ୟରେ ଅଦ୍ୟାବଧି ୬ଟି ଟେଷ୍ଟ ସିରିଜ୍ ଖେଳାଯାଇଛି। କୌଣସି ସିରିଜ୍‌ରେ ୨ଟିରୁ ଅଧିକ ଟେଷ୍ଟମ୍ୟାଚ୍ ଖେଳା ଯାଇନାହିଁ। ୨୦୦୦-୦୧ରେ ଉଭୟ ଦଳଙ୍କ ମଧ୍ୟରେ ଏକ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳା ଯାଇଥିଲା। ଢାକାରେ ଖେଳା ଯାଇଥିବା ଏହି ମ୍ୟାଚ୍‌କୁ ଭାରତ ୯ ୱିକେଟରେ ଜିତିଥିଲା। ବାଂଲାଦେଶ ପ୍ରଥମ ଇନିଂସରେ ୪୦୦ ରନ୍ କରିଥିଲେ ହେଁ ପରାସ୍ତ ହୋଇଥିଲା। ୨୦୦୪ରେ ୨ଟି ଟେଷ୍ଟ ମ୍ୟାଚ୍‌ର ସିରିଜ୍ ଖେଳିବାକୁ ବାଂଲାଦେଶ ଯାଇଥିଲା ଭାରତ। ଉଭୟ ମ୍ୟାଚ୍‌ରେ ଭାରତ ଇନିଂସ ବିଜୟ ହାସଲ କରିଥିଲା। ପ୍ରଥମ ଟେଷ୍ଟରେ ସଚିନ ତେନ୍ଦୁଲକର ଦ୍ବିଶତକ ହାସଲ କରିଥିବା ବେଳେ ୨ୟ ଟେଷ୍ଟରେ ଗୌତମ ଗମ୍ଭୀର ଓ ରାହୁଲ ଦ୍ରାବିଡ଼ ଶତକ ମାରିଥିଲେ। ୨୦୦୭ରେ ୨ଟି ଟେଷ୍ଟ ମ୍ୟାଚ୍‌ର ସିରିଜ୍ ଖେଳିବାକୁ ବାଂଲାଦେଶ ଯାଇଥିଲା ଭାରତ। ବର୍ଷା ବାଧକ ସାଜିବାରୁ ପ୍ରଥମ ଟେଷ୍ଟ ଡ୍ର ରହିଥିବା ବେଳେ ୨ୟ ଟେଷ୍ଟକୁ ଭାରତ ଇନିଂସ ଓ ୨୩୯ ରନ୍‌ରେ ଜିତିଥିଲା। ଭାରତର ପ୍ରଥମ ୪ ବ୍ୟାଟ୍‌ସମ୍ୟାନ୍- ଦିନେଶ କାର୍ତ୍ତିକ, ୱାସିମ୍ ଜାଫର, ରାହୁଲ ଦ୍ରାବିଡ଼ ଓ ସଚିନ ତେନ୍ଦୁଲକର ଶତକ ହାସଲ କରିଥିଲେ। ୨୦୧୦ରେ ୨ଟି ଟେଷ୍ଟ ମ୍ୟାଚ୍‌ର ସିରିଜ୍ ଖେଳିବାକୁ ବାଂଲାଦେଶ ଯାଇଥିଲା ଭାରତ। ଉଭୟ ଟେଷ୍ଟରେ ଭାରତ ବିଜୟୀ ହୋଇଥିଲା। ୨୦୧୫ରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌​‌େ​‌ର ଖେଳିବାକୁ ବାଂଲାଦେଶ ଯାଇଥିଲା ଭାରତ। ମୁରଲୀ ବିଜୟ ଓ ଶିଖର ଧାୱନ ଶତକ ମାରିଥିଲେ ହେଁ ବର୍ଷା ଯୋଗୁଁ ମ୍ୟାଚ୍ ଡ୍ର ରହିଥିଲା। ୨୦୧୭ରେ ପ୍ରଥମଥର ପାଇଁ ବାଂଲାଦେଶ ଦଳ ଟେଷ୍ଟମ୍ୟାଚ୍ ଖେଳିବାକୁ ଭାରତ ଆସିଥିଲା। ଏହି ସିରିଜ୍‌ରେ ଗୋଟିଏ ମାତ୍ର ଟେଷ୍ଟମ୍ୟାଚ୍ ଥିବା ବେଳେ ଅଧିନାୟକ ବିରାଟ କୋହଲି ଦ୍ବିଶତକ ଏବଂ ମୁରଲୀ ବିଜୟ ଓ ଋଦ୍ଧିମାନ ଶାହା ଶତକ ମାରିଥିଲେ। ଭାରତ ଏହି ଟେଷ୍ଟମ୍ୟାଚ୍‌କୁ ୨୦୮ ରନ୍‌ରେ ଜିତି ନେଇଥିଲା। ଏହିପରି ଉଭୟ ଦେଶଙ୍କ ମଧ୍ୟରେ ଅଦ୍ୟାବଧି ୬ଟି ଟେଷ୍ଟ ସିରିଜ୍ ଖେଳା ଯାଇଥିବା ବେଳେ ଭାରତ ୫ଟି ଜିତିଛି ଏବଂ ଗୋଟିଏ ଡ୍ର ରହିଛି। ମୋଟଉପରେ ୨୦୦୦ରୁ ୨୦୧୭ ମଧ୍ୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୋଟ ୯ଟି ଟେଷ୍ଟମ୍ୟାଚ୍ ଖେଳାଯାଇଛି। ସେଥିରୁ ଭାରତ ୭ଟି ଟେଷ୍ଟ ଜିତିଥିବା ବେଳେ ୨ଟି ଟେଷ୍ଟମ୍ୟାଚ୍ ଡ୍ର ରହିଛି।ଦ୍ବିପାକ୍ଷିକ ଟେଷ୍ଟ ସିରିଜ୍: ଭାରତ ୫; ବାଂଲାଦେଶ ୦
ଇନ୍ଦୋର, ୧୨। ୧୧: ଘରୋଇ ବାଂଲାଦେଶ ବିପକ୍ଷରେ ଆସନ୍ତା ୧୪ରୁ ଏଠାରେ ଭାରତୀୟ କ୍ରିକେଟ ଦଳ ପ୍ରଥମ ଟେଷ୍ଟମ୍ୟାଚ୍ ଖେଳିବ। ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଏହା ପ୍ରଥମ ଟେଷ୍ଟମ୍ୟାଚ୍ ହେବ। ଆଇସିସି ଟେଷ୍ଟ ଚମ୍ପିଆନ୍‌ସିପ୍ ଅନ୍ତର୍ଗତ ଏହା ଭାରତର ୩ୟ ଟେଷ୍ଟ ସିରିଜ୍ ହେବ। ପୂର୍ବରୁ ୱେଷ୍ଟଇଣ୍ଡିଜ୍ (୩) ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୨ଟି ଟେଷ୍ଟ ସିରିଜ୍‌ରେ ୫ଟି ମ୍ୟାଚ୍ ଖେଳିଛି। ଏହି ୫ଟିଯାକ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ଫଳରେ ସର୍ବାଧିକ ୨୪୦ ପଏଣ୍ଟ ସହ ଭାରତ ଟେବୁଲ ଶୀର୍ଷରେ ରହିଛି। ଏପରି ବିଜୟଧାରା ବଜାୟ ରଖିବାକୁ ଭାରତ ନିଶ୍ଚୟ ଚାହିଁବ। କିଛି ଚମତ୍କାର କିମ୍ବା ବର୍ଷା ବାଧକ ନ ସାଜିଲେ; ଭାରତ ଆଉ ୨ଟି ଟେଷ୍ଟମ୍ୟାଚ୍ ବିଜୟୀହେବା ନିଶ୍ଚିତ। ତେବେ ଏହି ସିରିଜ୍ ଆରମ୍ଭହେବା ପୂର୍ବରୁ ଆସନ୍ତୁ ନଜର ପକାଇବା ଅଦ୍ୟାବଧି ଭାରତ ଓ ବାଂଲାଦେଶ ମଧ୍ୟରେ ଅଦ୍ୟାବଧି ଖେଳା ଯାଇଥିବା ଟେଷ୍ଟ ସିରିଜ୍‌ର ରେକର୍ଡ ଉପରେ।
ଭାରତ ଓ ବାଂଲାଦେଶ ମଧ୍ୟରେ ଅଦ୍ୟାବଧି ୬ଟି ଟେଷ୍ଟ ସିରିଜ୍ ଖେଳାଯାଇଛି। କୌଣସି ସିରିଜ୍‌ରେ ୨ଟିରୁ ଅଧିକ ଟେଷ୍ଟମ୍ୟାଚ୍ ଖେଳା ଯାଇନାହିଁ। ୨୦୦୦-୦୧ରେ ଉଭୟ ଦଳଙ୍କ ମଧ୍ୟରେ ଏକ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳା ଯାଇଥିଲା। ଢାକାରେ ଖେଳା ଯାଇଥିବା ଏହି ମ୍ୟାଚ୍‌କୁ ଭାରତ ୯ ୱିକେଟରେ ଜିତିଥିଲା। ବାଂଲାଦେଶ ପ୍ରଥମ ଇନିଂସରେ ୪୦୦ ରନ୍ କରିଥିଲେ ହେଁ ପରାସ୍ତ ହୋଇଥିଲା। ୨୦୦୪ରେ ୨ଟି ଟେଷ୍ଟ ମ୍ୟାଚ୍‌ର ସିରିଜ୍ ଖେଳିବାକୁ ବାଂଲାଦେଶ ଯାଇଥିଲା ଭାରତ। ଉଭୟ ମ୍ୟାଚ୍‌ରେ ଭାରତ ଇନିଂସ ବିଜୟ ହାସଲ କରିଥିଲା। ପ୍ରଥମ ଟେଷ୍ଟରେ ସଚିନ ତେନ୍ଦୁଲକର ଦ୍ବିଶତକ ହାସଲ କରିଥିବା ବେଳେ ୨ୟ ଟେଷ୍ଟରେ ଗୌତମ ଗମ୍ଭୀର ଓ ରାହୁଲ ଦ୍ରାବିଡ଼ ଶତକ ମାରିଥିଲେ। ୨୦୦୭ରେ ୨ଟି ଟେଷ୍ଟ ମ୍ୟାଚ୍‌ର ସିରିଜ୍ ଖେଳିବାକୁ ବାଂଲାଦେଶ ଯାଇଥିଲା ଭାରତ। ବର୍ଷା ବାଧକ ସାଜିବାରୁ ପ୍ରଥମ ଟେଷ୍ଟ ଡ୍ର ରହିଥିବା ବେଳେ ୨ୟ ଟେଷ୍ଟକୁ ଭାରତ ଇନିଂସ ଓ ୨୩୯ ରନ୍‌ରେ ଜିତିଥିଲା। ଭାରତର ପ୍ରଥମ ୪ ବ୍ୟାଟ୍‌ସମ୍ୟାନ୍- ଦିନେଶ କାର୍ତ୍ତିକ, ୱାସିମ୍ ଜାଫର, ରାହୁଲ ଦ୍ରାବିଡ଼ ଓ ସଚିନ ତେନ୍ଦୁଲକର ଶତକ ହାସଲ କରିଥିଲେ। ୨୦୧୦ରେ ୨ଟି ଟେଷ୍ଟ ମ୍ୟାଚ୍‌ର ସିରିଜ୍ ଖେଳିବାକୁ ବାଂଲାଦେଶ ଯାଇଥିଲା ଭାରତ। ଉଭୟ ଟେଷ୍ଟରେ ଭାରତ ବିଜୟୀ ହୋଇଥିଲା। ୨୦୧୫ରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌​‌େ​‌ର ଖେଳିବାକୁ ବାଂଲାଦେଶ ଯାଇଥିଲା ଭାରତ। ମୁରଲୀ ବିଜୟ ଓ ଶିଖର ଧାୱନ ଶତକ ମାରିଥିଲେ ହେଁ ବର୍ଷା ଯୋଗୁଁ ମ୍ୟାଚ୍ ଡ୍ର ରହିଥିଲା। ୨୦୧୭ରେ ପ୍ରଥମଥର ପାଇଁ ବାଂଲାଦେଶ ଦଳ ଟେଷ୍ଟମ୍ୟାଚ୍ ଖେଳିବାକୁ ଭାରତ ଆସିଥିଲା। ଏହି ସିରିଜ୍‌ରେ ଗୋଟିଏ ମାତ୍ର ଟେଷ୍ଟମ୍ୟାଚ୍ ଥିବା ବେଳେ ଅଧିନାୟକ ବିରାଟ କୋହଲି ଦ୍ବିଶତକ ଏବଂ ମୁରଲୀ ବିଜୟ ଓ ଋଦ୍ଧିମାନ ଶାହା ଶତକ ମାରିଥିଲେ। ଭାରତ ଏହି ଟେଷ୍ଟମ୍ୟାଚ୍‌କୁ ୨୦୮ ରନ୍‌ରେ ଜିତି ନେଇଥିଲା। ଏହିପରି ଉଭୟ ଦେଶଙ୍କ ମଧ୍ୟରେ ଅଦ୍ୟାବଧି ୬ଟି ଟେଷ୍ଟ ସିରିଜ୍ ଖେଳା ଯାଇଥିବା ବେଳେ ଭାରତ ୫ଟି ଜିତିଛି ଏବଂ ଗୋଟିଏ ଡ୍ର ରହିଛି। ମୋଟଉପରେ ୨୦୦୦ରୁ ୨୦୧୭ ମଧ୍ୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୋଟ ୯ଟି ଟେଷ୍ଟମ୍ୟାଚ୍ ଖେଳାଯାଇଛି। ସେଥିରୁ ଭାରତ ୭ଟି ଟେଷ୍ଟ ଜିତିଥିବା ବେଳେ ୨ଟି ଟେଷ୍ଟମ୍ୟାଚ୍ ଡ୍ର ରହିଛି।

Comments are closed.