ଗୋଆରେ ଆରମ୍ଭ ହେଲା ୫୦ତମ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ

ପଣଜୀ : ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ‘ଇଫି’  ବୁଧବାର ଗୋଆରେ ଆରମ୍ଭ ହୋଇଛି । ଗୋଆର ପଞ୍ଜିମ୍‍ସ୍ଥିତ ଶ୍ୟାମପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ୫୦ତମ ଚଳଚ୍ଚିତ୍ର ଉତ୍ସବ ଆରମ୍ଭ ହୋଇଛି। ରାଜ୍ୟପାଳ ସତ୍ୟପାଳ ମଲ୍ଲିକ୍‍, କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର, ବାବୁଲ ସୁପ୍ରିଓ ଓ ଶ୍ରୀପଦ ନାୟକ ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ ଓ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଓ ମାନେ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି।

ଉଦ୍‍ଘାଟନୀ ଉତ୍ସବରେ  ଅଭିନେତା ରଜନୀକାନ୍ତଙ୍କୁ ସୁବର୍ଣ୍ଣ ଜୟନ୍ତୀ ସ୍ପେଶାଲ୍‍ ଆଇକନ୍‍ ସମ୍ମାନରେ ଭୂଷିତ କରାଯାଇଛି । ଚଳଚ୍ଚିତ୍ର ଉତ୍ସବ ସମୟରେ ‘ଶୋଲେ’ ଚଳଚ୍ଚିତ୍ର ସମେତ ଅମିତାଭ୍‍ ବଚ୍ଚନଙ୍କର ବହୁ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମନୋହର ପରିକରଙ୍କ ଉପରେ ଏକ ୭ ମିନିଟ୍‍ର ଚଳଚ୍ଚିତ୍ର ଉଦ୍‍ଘାଟନୀ ଉତ୍ସବରେ ପ୍ରଦର୍ଶିତ ହେବ। ପ୍ରଖ୍ୟାତ ଫରାସୀ
ଅଭିନେତା ଇଶାବେଲ୍‍ ହୁପଟ୍‍ଙ୍କୁ ଲାଇଫ୍‍ ଟାଇମ୍‍ ଆଚିଭ୍‍ମେଣ୍ଟ ଆୱାର୍ଡ଼ ଦିଆଯିବ। ଚଳଚ୍ଚିତ୍ର ଉତ୍ସବ ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଥିବାର ୫୦ ଜଣ ମହିଳା ଚଳଚ୍ଚିତ୍ର ନିର୍ମାତାଙ୍କ ୫୦ଟି ଚଳଚ୍ଚିତ୍ରର ପ୍ରଦର୍ଶନ ହେବ।

 

Comments are closed.