ମେ ମାସରେ ବଜାରକୁ ଆସିବ ହୁଣ୍ଡାଇର କମ୍ପାକ୍ଟ ସବ ଭେନୁ କାର

ନୂଆଦିଲ୍ଲୀ : ଭାରତର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ହୁଣ୍ଡାଇର କମ୍ପାକ୍ଟ ସବ ଭେନୁ ମେ ୨୧ ତାରିଖରେ ବଜାର ପ୍ରବେଶ କରିବ। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଏହି କାରକୁ କିଣିବାକୁ ଚାହୁଁଥିବା ଗ୍ରାହକମାନେ ମେ ୨ ତାରିଖରେ ଏହାର ବୁକିଂ କରିପାରିବେ। ଏକ୍ସ ସୋରୁମ ଅନୁସାରେ ଏହି କାରର ମୂଲ୍ୟ ୮ଲକ୍ଷ ରୁ ୧୨ଲକ୍ଷ ଟଙ୍କା ରହିଛି।
ଏହାବ୍ୟତୀତ କାରରେ ଫ୍ରଣ୍ଟ ଡାର୍କ ଫ୍ରୋମ ଗ୍ରିଲ, ଏଲଇଡି ଡିଆରଏଲଏସ ସହ ପ୍ରୋଜେକ୍ଟ ହେଡଲ୍ୟାମ୍ପ, ଏଲଇଡି ଟେଲଲ୍ୟାମ୍ପ, ଏୟର ଫୁରିଫାୟର, ୱାରେଲଲେସ ଚାର୍ଜର, ଫ୍ରୁଜ କଣ୍ଟ୍ରୋଲ, ରିୟର ଏସି, ଗ୍ଲୋବ ବାକ୍ସ କୁଲିଂ ଓ ଇଲେକ୍ଟ୍ରିକ ସେନସର ଆଦି ସୁବିଧା ରହିଛି। ବିଶେଷ କରି କାରରେ ବ୍ଲୁଲିଙ୍କ ଟେକନୋଲୋଜି ସୁବିଧା ରହିଛି। ବଜାରରେ ଏହି କାର ଭିଟାରା ବ୍ରେଜା, ଟାଟା ନେକ୍ସନ, ଫୋର୍ଡ ଇକୋସଗପୋର୍ଟ ସହ ପ୍ରତିଯୋଗିତା କରିବ। ଏହାର ଅତ୍ୟାଧୁନିକ ସୁବିଧା ନେଇ ଏହା ବଜାରରେ ଭଲ ବ୍ୟବସାୟ କରିବ ବୋଲି କମ୍ପାନୀ ଆଶା ରଖିଛି।

Comments are closed.