ବିଶ୍ୱବିଦ୍ୟାଳୟ ନକଲି ଡିଗ୍ରୀ ବିକ୍ରି : ତଦନ୍ତ କମିଟି ଗଠନ ପାଇଁ ୟୁଜିସିକୁ ନିର୍ଦ୍ଦେଶ

୩ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ

ନୂଆଦିଲ୍ଲୀ : ଦେଶର କିଛି ବିଶ୍ୱବିଦ୍ୟାଳୟ ନକଲି ଡିଗ୍ରୀ ବିକ୍ରି କରୁଥିବା ଅଭିଯୋଗର ତଦନ୍ତ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ବିଶ୍ୱବିଦ୍ୟାଳୟ ମଞ୍ଜୁରି କମିଶନ୍‍ଙ୍କୁ ନିର୍ଦ୍ଦେଶ ଦେଇଛି।
ଦେଶର ବିଭିନ୍ନ ଭାଗରେ ଏଜେଣ୍ଟମାନେ ନକଲି ଡିଗ୍ରୀ ଦେଉଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀଗୃହକୁ ଯିବା କିମ୍ବା ପରୀକ୍ଷା ଦେବାର ଆବଶ୍ୟକ ପଡ଼ୁ ନାହିଁ ଓ ସେମାନଙ୍କୁ ସାର୍ଟିଫିକେଟ୍‍ ମିଳିଯାଉଛି ବୋଲି ଖବର ପ୍ରକାଶ ପାଇଛି। ପରେ ତାହା ନକଲି ବୋଲି ଜରାପଡୁଛି। କମିଟି ୩ ସପ୍ତାହ
ମଧ୍ୟରେ ତଦନ୍ତ ସମ୍ପୂର୍ଣ୍ଣ କରି ଏଥିସହ ସମ୍ପୃକ୍ତ ପ୍ରତିଷ୍ଠାନ ଓ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାକୁ ହେବ ବୋଲି ଟ୍ୱିଟ୍‍ କରି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Comments are closed.