ଅସଲି ଓ ନକଲି କେଶର ପରଖିବାର ସହଜ ଉପାୟ

ଧରିତ୍ରୀ ପୃଷ୍ଠରେ ସ୍ବର୍ଗ ଭଳି ଅନୁଭବ ହୋଉଥିବା କାଶ୍ମୀର ନିଜର ସୌନ୍ଦର୍ଯ୍ୟ ପାଇଁ ଆଜି ଚର୍ଚ୍ଚାର ବିଷୟ ହୋଇନାହିଁ ବରଂ ୩୭୦ ଧାରା ଉଚ୍ଛେଦକୁ ନେଇ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ସୋମବାର ମୋଦୀ ସରକାର ଜମ୍ମୁ-କଶ୍ମୀର ଥିବା ଅସ୍ଥାୟୀ ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ସମସ୍ତଙ୍କୁ ଚକିତ କରିଛନ୍ତି । ତେବେ କାଶ୍ମୀରରେ ଅନେକ ପ୍ରସିଦ୍ଧ ସ୍ଥାନ, ଖାଦ୍ୟ ଓ ବିଭିନ୍ନ ଜିନିଷ ମଧ୍ୟରୁ କେଶର ହେଉଛି ଅନ୍ୟତମ । ଯାହା ଦୁନିଆର ଦାମୀ ଜିନିଷ ମଧ୍ୟରୁ ଗୋଟିଏ ।
ସୌନ୍ଦର୍ଯ୍ୟ ଓ ବ୍ୟଞ୍ଜନର ସ୍ବାଦ ବୃଦ୍ଧି ସହ ରୋଗର ଚିକିତ୍ସା ପାଇଁ ମଧ୍ୟ କେଶର ବ୍ୟବହାର ଅତୁଳନୀୟ ବୋଲି ଆୟୁର୍ବେଦରେ କୁହାଯାଇଛି । ଭାରତରେ କେସର ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ । ମାତ୍ର ଅଧିକ ଟଙ୍କା ଦେଇ ମଧ୍ୟ ଅନେକ ଲୋକ ଠକାମିର ଶିକାର ହୋଇ ଥାଆନ୍ତି । ଅସଲି କେଶରକୁ ଚିହ୍ନି ନପାରି ନକଲି କେଶର କିଣିଥାଆନ୍ତି । ତେବେ ଆସନ୍ତୁ ଜାଣିବା ଅସଲି କେଶର କିଭଳି ଜାଣିବେ ।

ଅସଲି ଓ ନକଲି କେଶର ଜାଣିବାର ୫ଟି ଉପାୟ

ରଙ୍ଗ ପରିବର୍ତ୍ତନ: ଶୁଦ୍ଧ କେଶର ପାଣିରେ ପଡିଲା ପରେ ତା’ର ଧୀରେ ଧୀରେ ପାଣିରେ ଦେଖାଯାଇଥାଏ । କିନ୍ତୁ ଅପମିଶ୍ରିତ କେଶର ପାଣିରେ ପଡିବା ମାତ୍ରେ ହିଁ ସଙ୍ଗେସଙ୍ଗେ ପାଣିର ରଙ୍ଗ ନାଲି ହୋଇ ଯାଇଥାଏ ।

ସ୍ବାଦ: କେଶର ସୁଗନ୍ଧିତ ହୋଇଥିଲେ ମଧ୍ୟ ଏହାର ସ୍ବାଦ କଷା ବା ପିତା ହୋଇଥାଏ । କେଶର ଅସଲି ବା ନକଲି ଜାଣିବା ପାଇଁ ଅଳ୍ପ କେଶର ନେଇ ପାଟିରେ ପକାନ୍ତୁ । ଯଦି ୧୫ରୁ ୨୦ ମିନିଟ୍ ପରେ ମୁଣ୍ଡରେ ଗରମ ଅନୁଭବ କରୁଛନ୍ତି ତେବେ ତାହା ଅସଲି କେଶର ବୋଲି ଜାଣନ୍ତୁ । କିନ୍ତୁ କେଶର ସ୍ବାଦ ମିଠା ଲାଗିଲେ ଏବଂ ଜିଭ ନାଲି ରଙ୍ଗ ହୋଇଗଲେ ଏହା ନକଲି କେଶର ବୋଲି ଜାଣିନେବେ ।   

ବେକିଙ୍ଗ ସୋଡା: ପାଣିରେ ଅଳ୍ପ ବେକିଙ୍ଗ ସୋଡା ପକାଇ କେଶର ଅସଲି ଓ ନକଲି ଜାଣିପାରିବେ । ଏଥିପାଇଁ ଏକ କପରେ ପାଣି ନେଇ ଅଳ୍ପ ବେକିଙ୍ଗ ସୋଡା ପକାଇ ଭଲ ଭାବରେ ପେଣ୍ଟି ଦିଅନ୍ତୁ । ଏବେ ସେହି ପାଣିରେ କେଶର ପକାଇ ପରୀକ୍ଷା କରନ୍ତୁ । ଯଦି ପାଣିର ରଙ୍ଗ କମଳ ବା ନାରଙ୍ଗି ହେଉଛି ତେବେ ତା’ହା ନକଲି କେଶର । ଆଉ ଯଦି ପାଣିର ରଙ୍ଗ ଗାଢ ହଳଦିଆ ହେଉଛି ତେବେ ତାହା ଅସଲି କେଶର । ପାଣିର ରଙ୍ଗ ନାଲି ହେଉଥିବା କେଶର ନକଲି ଅଟେ ।

କେଶର ବହୁତ କୋମଳ ହୋଇଥାଏ । ଏହାକୁ ହାତରେ ଧରିବା ବେଳେ ଭାଙ୍ଗି ଯାଇଥାଏ । ଗରମ ସ୍ଥାନରେକେଶର ରଖିବା ଦ୍ବାରା ତାହା ଶୀଘ୍ର ଖରାପ ହୋଇ ଯାଇଥାଏ । କିନ୍ତୁ ନକଲି କେଶର ନଷ୍ଟ ହୋଇନଥାଏ, ପୂର୍ବ ଭଳି ରହିଥାଏ ।

ଉଷୁମ ପାଣିରେ କେଶର ପକାଇଲେ ତାହା ଭଲ ଭାବରେ ମିଶି ଯାଇଥାଏ । ଯଦି ବହୁତ ସମୟ ଉଷୁମ ପାଣିରେ ରଖିଲା ପରେ ତାହା ମିଶୁ ନାହିଁ ତେବେ ନକଲି କେଶର ବୋଲି ବୁଝିଯିବେ ।

Comments are closed.