ଜେଲରୁ ମୁକ୍ତ ହେଲା ରାମ ରହିମର ପାଳିତା କନ୍ୟା ହନିପ୍ରୀତ

ଅଂବାଲା: ଦେଶ ଦ୍ରୋହ ସମେତ ବିଭିନ୍ନ ମାମଲାରେ ଅଭିଯୁକ୍ତ ଥାଇ ଦୀର୍ଘ ୨ ବର୍ଷ ୩ ମାସ ଅଂବାଲା କେନ୍ଦ୍ରୀୟ କାରାଗାରରେ ରହିବା ପରେ ବିବାଦୀୟ ଧର୍ମ ଗୁରୁ ତଥା ବିଚାରାଧୀନ ରାମ ରହିମର ପାଳିତା କନ୍ୟା ହନିପ୍ରୀତ ଓରଫ ପ୍ରିୟଙ୍କା ତନେଜା ଆଜି (ବୁଧବାର) ମୁକ୍ତ ହୋଇଛନ୍ତି। ସନ୍ଧ୍ୟା ୬ଟାରେ ସେ ଜେଲରୁ ବାହାରକୁ ଆସିଛନ୍ତି। ଗତ କାଲି ସିବିଆଇ କୋର୍ଟ ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜେଲରୁ ବାହାରିବା ପରେ ସେ ପଞ୍ଜାବ ନମ୍ବର ଥିବା ଏକ ଗାଡ଼ିରେ ଯାଇଥିଲେ। ଯିବା ସମୟରେ ସେ କାହା ସହ କଥା ହୋଇ ନ ଥିଲେ ଓ କଡା ସୁରକ୍ଷା ମଧ୍ୟରେ ତାଙ୍କୁ ଜେଲ ବାହାରକୁ ଅଣାଯାଇଥିଲା।

୨୦୧୭ରେ ହନିପ୍ରୀତକୁ ପୁଲିସ ଗିରଫ କରିବା ପରେ ତାଙ୍କୁ ଅଂବାଲା କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଭାବରେ ରଖାଯାଇଥିଲା।

Comments are closed.