୬ଜଣିଆ ଡକାୟତି ଗ୍ୟାଙ୍ଗ ଗିରଫ

ଗୋପାଳପୁର : ଗୋପାଳପୁର ପୁଲିସ ପକ୍ଷରୁ ଜାତୀୟ ରାଜପଥରେ ଡକାୟତି ଚଳାଉଥିବା ୬ଜଣିଆ ଦଳକୁ ଗିରଫ କରାଯାଇଛି। ଶୁକ୍ରବାର ରାତିରେ ପୁଲିସ ପକ୍ଷରୁ ପେଟ୍ରୋଲିଂ କରାଯାଇଥିବା ସମୟରେ ଏହି ଡକାୟତି ଦଳକୁ ଗିରଫ କରାଯାଇଛି। ଏହି ଡକାୟତ ମାନଙ୍କ ନିକଟରୁ ୨ଟି ଠେଙ୍ଗା, ଗୋଟିଏ କଟୁରି, ଗୋଟିଏ ଲୁହା ରଡ ସମେତ ୨ଟି ଅଫୁଟା ବୋମା ଜବତ କରିଥିଲେ। ସମସ୍ତ ଡକାୟତିଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।

Comments are closed.