ସମୁଦ୍ରରେ ବୁଡ଼ି ଯାଉଥିବା ପର୍ଯ୍ୟଟକ ଉଦ୍ଧାର

ଗୋପାଳପୁର : ଗୋପାଳପୁର ସମୁଦ୍ରରେ ବୁଧବାର ଜଣେ ଆନ୍ଧ୍ର ପ୍ରଦେଶର ପର୍ଯ୍ୟଟକ ବୁଡି ଯାଉଥିବାବେଳେ ସ୍ଥାନୀୟ ଅଞ୍ଚଳ ବାସୀ ଉଦ୍ଧାର କରିଛନ୍ତି।

ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ନିବାସୀ ପି ଧର୍ମାରାଓ ଗତ କିଛି ଦିନ ତଳେ ବ୍ରହ୍ମପୁର ରାମନଗରରେ ରହୁଥିବା ନିଜ ଝିଅ ଘରକୁ  ବୁଲିବାକୁ ଆସିଥିଲେ। ବୁଧବାର ସେ ଏକୁଟିଆ ଗୋପାଳପୁର ବୁଲିବାକୁ ଆସିଥିଲେ, ଅପରାହ୍ନ ୪ଟା ବେଳେ ବେଳାଭୂମି ମହୋତ୍ସବ ମଣ୍ଡପ ସମ୍ମୁଖ ସମୁଦ୍ର ମଧ୍ୟରେ ଜଣେ ଲୋକ ବୁଡି ଯାଉଥିବା ଦେଖି କୂଳରେ ଥିବା କେତେକ ମତ୍ସ୍ୟଜୀବି ତାଙ୍କୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଥିବା ଧର୍ମାରାଓଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଅଣାଯାଇଥିଲା । ବର୍ତ୍ତମାନ ସେ ସେଠାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। କେଉଁ ପରିସ୍ଥିତିରେ ଧର୍ମାରାଓ ପେଣ୍ଟ ସାର୍ଟ ପିନ୍ଧି ସମୁଦ୍ର ମଧ୍ୟକୁ ଗଲେ ତାହା ସ୍ପଷ୍ଟ ଜଣାପଡ଼ି ନାହିଁ ବୋଲି ପୁଲିସ ସୂଚନା ଦେଇଛି।

Comments are closed.