ଘିଅର ଶୁଦ୍ଧତା ପରୀକ୍ଷା କରିବାର ସହଜ ଉପାୟ

ଖାଦ୍ୟ ପଦାର୍ଥରେ ବିଭିନ୍ନ ପ୍ରକାରର ଦ୍ରବ୍ୟ ମିଶିବା ଦ୍ୱାରା ଏହାର ଶୁଦ୍ଧତା ନଷ୍ଟ ହୋଇଥାଏ। ଫଳରେ ସେହି ଖାଦ୍ୟଦ୍ରବ୍ୟକୁ ଆମେ ଖାଇବା ଦ୍ୱାରା ବହୁ ରୋଗ ଓ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ଖାଦ୍ୟଦ୍ରବ୍ୟର ଶୁଦ୍ଧତା ଜାଣି ଏହାକୁ ସେବନ କରିବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ କେଉଁ ଉପାୟରେ ଜାଣି ପାରିବେ ଘିଅର ଶୁଦ୍ଧତା ବିଷୟରେ….
ଘିଅ –
ଏକ କାଚ ପାତ୍ରରେ ୧ ଚାମଚ ଘିଅ ନିଅନ୍ତୁ। ଏବେ ଏଥିରେ ୨ବୁନ୍ଦା ଆୟୋଡ଼ିନ ମିଶାନ୍ତୁ। ଏହାର ରଙ୍ଗର ପରିବର୍ତ୍ତନ ହୋଇ ନୀଳ ରଙ୍ଗ ହେଲେ ଜାଣିବେ ଏଥିରେ କୌଣସି ପଦ୍ଧତି ବ୍ୟବହାର କରାଯାଇ ଚକଟା ଆଳୁ, କନ୍ଧମୂଳ କିମ୍ବା ଅନ୍ୟ କୌଣସି ଦ୍ରବ୍ୟ ମିଶିଛି।
ଘିଅ ଭଳି ଏହି ଉପାୟରେ ଆପଣ ବଟରର ଶୁଦ୍ଧତା ମଧ୍ୟ ପରୀକ୍ଷା କରିପାରିବେ।

Comments are closed.