ଜ୍ୟୋତିଷ ଶାସ୍ତ୍ରରେ ରତ୍ନ ଧାରଣର ନିୟମ

କୁଣ୍ଡଳୀ ବା ଜାତକରେ ଗ୍ରହ ଦୁର୍ବଳ ବା ଅଶୁଭ ସ୍ଥାନରେ ଥିଲେ, ରତ୍ନ ଧାରଣ କରିବାକୁ ପରାମର୍ଶ ଦିଆଯାଏ । ରତ୍ନ ଧାରଣ କରିବା ଦ୍ବାରା ଗ୍ରହର ନକରାତ୍ମକ ପ୍ରଭାବ କମ୍ ହୋଇଥାଏ ବୋଲି ବିଶ୍ବାସ ରହିଛି । ରତ୍ନ ଧାରଣ କରିବାକୁ ନେଇ ଜ୍ୟୋତିଷ ଶାସ୍ତ୍ରରେ କିଛି ନିୟମ ରହିଛି, ଯାହାକୁ ମାନିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ନଚେତ୍ ରତ୍ନ ଶୁଭଫଳ ଦେବା ପରିବର୍ତ୍ତେ ଅଶୁଭ ଫଳ ଦେଇଥାଏ ।

ଜ୍ୟୋତିଷ ଶାସ୍ତ୍ରରେ ନିୟମ ଅନୁଯାୟୀ :- ସୂର୍ଯ୍ୟ ପାଇଁ ମାଣିକ ରତ୍ନ, ଚନ୍ଦ୍ରମା ପାଇଁ ମୋତି, ମଙ୍ଗଳ ଗ୍ରହ ପାଇଁ ମୁଙ୍ଗ (Coral), ବୁଧ ଗ୍ରହ ପାଇଁ ପନ୍ନା ତଥା ଉଜ୍ବଳ ସବୁଜ ରଙ୍ଗର ମର୍କତ ମଣି (Emerald), ଗୁରୁ ଗ୍ରହ ପାଇଁ ପୋଖରାଜ (Topaz), ଶୁକ୍ର ଗ୍ରହ ପାଇଁ ହୀରା, ଶନି ଗ୍ରହ ପାଇଁ ନୀଳକାନ୍ତ ମଣି (Sapphire), ରାହୁ ଗ୍ରହ ପାଇଁ ଗୋମେଦ (Agate) ଏବଂ କେତୁ ଗ୍ରହ ପାଇଁ ଲହସୁନିୟା ରତ୍ନ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଏ ।

ଜାଣନ୍ତୁ କେଉଁ ଦିନ ରତ୍ନ ଧାରଣ କରିବେ ନାହିଁ     

ଅମାବାସ୍ୟା, ଗ୍ରହଣ ଏବଂ ସଂକ୍ରନ୍ତି ତିଥିରେ କଦାପି ରତ୍ନ ଧାରଣ କରନ୍ତୁ ନାହିଁ ।
୪,୯ ଏବଂ ୧୪ ତାରିଖରେ କଦାପି ରତ୍ନ ଧାରଣ କରନ୍ତୁ ନାହିଁ ।
କୃଷ୍ଣପକ୍ଷ ତ୍ରୟୋଦଶୀରୁ ଶୁକ୍ଳପକ୍ଷର ଦ୍ବିତୀୟ ପର୍ଯ୍ୟନ୍ତ ରତ୍ନ ଧାରଣ କରିବା ଉଚିତ୍ ନୁହେଁ ।
ମଳମାସ, ଶ୍ରାଦ୍ଧପକ୍ଷ ଓ ଅଧିମାସରେ ରତ୍ନ ଧାରଣ କରିବା ଅନୁଚିତ୍ ।

ଏହି ନକ୍ଷତ୍ରରେ ରତ୍ନ ଧାରଣା କରିବା ଶୁଭ

ରେବତୀ, ଅଶ୍ବନୀ, ରୋହଣୀ, ଚିତ୍ର, ସ୍ବାତି ଏବଂ ବିଶାଖା ନକ୍ଷତ୍ରରେ ରତ୍ନ ଧାରଣ କଲେ ବିଶେଷ ଶୁଭ ବୋଲି ବିଶ୍ବାସ ରହିଛି ।

Comments are closed.