ଗୋପବନ୍ଧୁଙ୍କ ଜ୍ୟୋତିକୁ ଆଖଣ୍ଡଳମଣିଙ୍କ ପୀଠରେ ଭବ୍ୟ ସମ୍ବର୍ଦ୍ଧନା

ଆରଡି: ସମାଜର ଶତବାର୍ଷିକ ଅବସରରେ ତଥା ପ୍ରତିବର୍ଷ ପରି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମତିଥି ଠାରୁ ଅର୍ଥାତ ଚଳିତମାସ ୯ତାରିଖରୁ ବାହାରିଥିବା ପ୍ରଣାମ ମାତୃଭୂମୀ ଗୋପବନ୍ଧୁଙ୍କ ଜ୍ୟୋତି ବୁଧବାର ଅପରାହ୍ଣରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣିଙ୍କ କ୍ଷେତ୍ରରେ ପହଁଚିଥିଲା। ଏହି ଜ୍ୟୋତିକୁ ପୀଠର ପ୍ରବେଶ ପଥ ନିକଟରେ ମନ୍ଦିରର ସେବାୟତ, ମନ୍ଦିର ପ୍ରଶାସନ, ରାଜସ୍ୱ ନିରିକ୍ଷକ ଅଧିକାରୀ, ଲୋକ ପ୍ରତିନିଧି, ସ୍ଥାନୀୟ ବୁଦ୍ଧିଜିବୀ, ବାବାମଣି ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ ଓ ଛାତ୍ରଛାତ୍ରୀ, ପ୍ରଜାପିତା ଇଶ୍ୱରୀୟ ବିଦ୍ୟାଳୟ ଭାଈଭଉଣୀ, ଆଖଣ୍ଡଳମଣି ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ଆଖଣ୍ଡଳମଣି ସଂସ୍କୃତ ବିଦ୍ୟାପୀଠର ଛାତ୍ରଛାତ୍ରୀ, ସାମ୍ବାଦିକ ସଂଘର କର୍ମକର୍ତ୍ତାଙ୍କ ସହ ସ୍ଥାନୀୟ ଯୁବକ ସଂଘ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ୱାଗତ କରାଯାଇଥିଲା। ଜ୍ୟୋତି ଯାତ୍ରାର ସଂଯୋଜକ ତଥା ଆଜୀବନ ସଦସ୍ୟ ପ୍ରଭାସ ଆଚ୍ଚାର୍ୟ୍ୟଙ୍କ ପରାମର୍ଶ କ୍ରମେ ଉପସ୍ଥିତ ଥିବା ସଂକିର୍ତ୍ତନ ମଣ୍ଡଳୀ ଓ ତେଲିଙ୍ଗି ବାଦ୍ୟ ଦ୍ୱାରା ଗୋପବନ୍ଧୁଙ୍କ ଜ୍ୟୋତିକୁ ପୀଠର ନଗରୀ ପରିକ୍ରମା କରାଯିବା ସହିତ ପୀଠର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସମୁଖରେ ସର୍ବସାଧାରଣଙ୍କ ଜ୍ୟୋତି ଦର୍ଶନ ନିମନ୍ତେ କିଛି ସମୟ ପାଇଁ ରଖା ଯାଇଥିଲା। ସେଠାରେ ମନ୍ଦିର ସେବାୟତ ଓ ପ୍ରଶାସନ ପକ୍ଷରୁ ମଣିବାବାଙ୍କ ଆଜ୍ଞାମାଳ ଜ୍ୟୋତିରେ ଲାଗି କରାଯାଇଥିଲା। ଏହି ଜ୍ୟୋତି ଯାତ୍ରାରେ ଆରଡି ପ୍ରତିନିଧି ବାବାଜି ଶଙ୍କର ପାଢୀ ପରିଚାଳନା କରିଥିବା ବେଳେ ସେବାୟତ ଗଦାଧର ପାଢୀ, ବିଜୟ କୁମାର ଦାଶ, ଆଷିଶ ପାଢୀ, ଚନ୍ଦ୍ରକାନ୍ତ ପାଢୀ, ସଂଜୟ ଦାଶ, ମଣୀପ୍ରସାଦ ପାଢୀ ପ୍ରମୁଖ ଜ୍ୟୋତିକୁ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ବାବାମଣୀ ଡିଗ୍ରି ମହାବିଦ୍ୟାଳୟ ପକ୍ଷରୁ ଅଧ୍ୟାପକ ନିକୁଞ କିଶୋର ଜେନା, ବିଜୟ ଦାଶ, ସଂସ୍କୃତ ବିଦ୍ୟାପୀଠର ପ୍ରଧାନ ଗୁରୁଜୀ ଉମାକାନ୍ତ ମିଶ୍ର, ରମେଶ ଚନ୍ଦ୍ର ସାମନ୍ତ, ଆଖଣ୍ଡଳମଣି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କାଳନ୍ଦୀ ଚରଣ ଦ୍ୱିବେଦୀ, ଆର.ଆଇ ଦେବାଶିଷ ରାୟ, ଚାନ୍ଦବାଲି ରାଜସ୍ୱ ପରିଦର୍ଶକ ଶମ୍ଭୁନାଥ ମାଝୀ, ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ପ୍ରଧାନଗୁରୁଜୀ ପ୍ରଦୀପ ନାୟକ, ସହକାରୀ ଶିକ୍ଷକ ଜଗବନ୍ଧୁ ବାରିକ, ଆଖଣ୍ଡଳମଣି ଟ୍ରଷ୍ଟବବୋର୍ଡର ପରିଚାଳକ ବିଦ୍ୟାଧର ପଲାଇ, ପ୍ରଜାପିତା ବ୍ରହ୍ମାକୁମାରୀ ଭଉଣୀ ବିକେ ରତ୍ନପ୍ରଭା, ବିକେ ଶ୍ରୀମତୀ, ଭାଈ ବିକେ ହରିଶ୍ଚନ୍ଦ୍ର , ସାମ୍ବାଦିକ ଦୀପ୍ତିରଞନ ନାୟକ, ଦେବାଷିଶ ପାଢୀ, ସ୍ୱାଧିନ ଦାସପ୍ରମୁଖ ଉପସ୍ଥିତ ଥିଲେ। ଜ୍ୟୋତି ଯାତ୍ରା ସୁରକ୍ଷା ନିମନ୍ତେ ସ୍ଥାନୀ ଆରଡି ଫାଣ୍ଡି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପରେ ଜ୍ୟୋତି ଭଦ୍ରକ ଅଭିମୁଖେ ଯାତ୍ରା କରିଥିଲା।

Comments are closed.