ଗୋଷ୍ଠୀ ସଂଘର୍ଷରେ ୩ ଆହତ

ଗଞ୍ଜାମ : ଗଞ୍ଜାମ ଜିଲାର ଗୁଣ୍ଠପଡ଼ା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଉଭୟ ଗୋଷ୍ଠୀ ମଧ୍ୟରେ ଢେଲାପଥର ମାଡ କରିବା ସହ ଠେଙ୍ଗାରେ ପିଟାପିଟି ହୋଇଛନ୍ତି । ଏଥିରେ ତିନି ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅହତଙ୍କୁ ନକିଟସ୍ଥ ଚିକିତ୍ସାଳୟକୁ ପଠାଇଛି । ନିର୍ବାଚନୀ ହିଂସାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଏବେ ବି ଚାପା ଉତ୍ତେଜନା ଜାରି ରହିଛି ।

Comments are closed.