୧୦ରୁ ଗଙ୍ଗା ଆମନ୍ତ୍ରଣ ଅଭିଯାନ ; ୨୫୦୦ କି.ମି ଜଳପଥ ଅତିକ୍ରମ କରିବେ ଅଭିଯାତ୍ରୀ ଦଳ

ନୂଆଦିଲ୍ଲୀ : ଆରମ୍ଭ  ହେଲା ଗଙ୍ଗା ଆମନ୍ତ୍ରଣ କାର୍ଯ୍ୟକ୍ରମ । କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‍ ଗଙ୍ଗା ଆମନ୍ତ୍ରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗଙ୍ଗା ନଦୀ ସହିତ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କୁ ଯୋଡ଼ିବାର ଲକ୍ଷ୍ୟ ରଖାଯାଇଛି। ଗଙ୍ଗା ଆମନ୍ତ୍ରଣ ଅଭିଯାନରେ ଚଳିତ ମାସ ୧୦ତାରିଖରୁ ଆସନ୍ତା ମାସ ୧୧ ତାରିଖ ପର୍ଯ୍ୟନ୍ତ ଗଙ୍ଗାରେ ନୌଚାଳନା ଓ
ନୌଯାତ୍ରା କରି ଅଭିଯାତ୍ରୀମାନେ ନଦୀ ପରିକ୍ରମା କରିବା ସହ ନଦୀର ସୁରକ୍ଷା ଓ ଏହାର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବେ।
ଦେବପ୍ରୟାଗଠାରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଗଙ୍ଗାସାଗରରେ ଶେଷ ହେବ। ମୋଟ୍‍ ୨୫୦୦ କିଲୋମିଟର ପଥ ଅତିକ୍ରମ କାଳରେ ଅଭିଯାତ୍ରୀମାନେ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗ ଦେଇ ଯିବେ। ଏହି ଅଭିଯାନରେ ସେନାର ସନ୍ତରଣକାରୀ ଓ ରାଫ୍ଟର୍ସମାନେ ଭାଗ ନେଉଛନ୍ତି। ଏହାଛଡ଼ା ଏନ୍‍ଡିଆର୍‍ଏଫ୍‍, ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନ,ସିଏସ୍‍ଆଇଆର୍‍ର ପ୍ରତିନିଧିମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ।

Comments are closed.