ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ – ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଖୁଣ୍ଟା: ଖୁଣ୍ଟା ବ୍ଲକର କରକଚିଆ ବଜାରରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଓମ ମୋବାଇଲ କେଆର ଦୋକାନର ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି। ରବିବାର ଦୀପାବଳିରେ ଦୋକାନ ପୂଜା ପାଇଁ ଯୁବ ବ୍ୟବସାୟୀ ମାନସ ରଞ୍ଜନ ମହାପାତ୍ର ଦୋକାନ ସଫାସୁତରା କରି ମଧ୍ୟ ରାତ୍ରିରେ ଅନତି ଦୂରରେ ଥିବା ନିଜ ଘରକୁ ଫେରିଥିଲେ। ରାତି ଦୁଇଟା ବେଳକୁ ଦୋକାନରେ ନିଆଁ ଲାଗିଥିବା ଖବର ପାଇଥିଲେ ଓ ଖୁଣ୍ଟା ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ତେବେ ନିଆଁ ଲିଭି ସାରିବା ବେଳକୁ କମ୍ପ୍ୟୁଟର, ୨ଟି ଜେରକ୍ସ ମେସିନ, ପ୍ରିଣ୍ଟର, ପୁରୁଣା ଓ ପୂଜାପାଇଁ ଆସିଥିବା ନୂଆ ମୋବାଇଲ ସମେତ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶକୁ ମିଶାଇ ପ୍ରାୟ ୪ଲକ୍ଷ ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି। କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ଆଶଙ୍କା କରାଯାଉଛି।

Comments are closed.