ମାଲଗାଡ଼ିରେ ଅଗ୍ନିକାଣ୍ଡ

ରାୟଗଡ଼ା : ଶନିବାର ମୁନିଗୁଡ଼ା ରେଳ ଷ୍ଟେସନରେ ଅଭାବନୀୟ ଘଟଣା ଘଟିଛି । ବିଶାଖାପାଟଣାରୁ ଦରଭଙ୍ଗା ଯାଉଥିବା ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । କୋଇଲା ବୋଝେଇ ଚାରୋଟି ବଗିରେ ନିଆଁ ଲାଗିଥିବା ଜଣାପଡିଛି । ତେବେ ଏଯାବତ୍ ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା ବେଳେ ମାଲଗାଡ଼ିକୁ ଅଟକାଇ ନିଆଁ ଲିଭାଇ କାର୍ଯ୍ୟ ଜାରି ରହିଛି  ।

Comments are closed.