ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ – ଶେଷ ହେଲା ୧ମ ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ଦାଖଲ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବୁଧବାର ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି। ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ ଓ ଶନିବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇ ପାରିବ। ଏହି ପର୍ଯ୍ୟାୟରେ ଆସନ୍ତା ୩୦ ତାରିଖ ଦିନ ୧୩ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍‍ ନିଆଯିବ। ସେଗୁଡ଼ିକ ମଧ୍ୟରେ ୪ଟି ନିର୍ବାଚନ ମଣ୍ଡଳୀ ଅନୁସୂଚିତ ଉପଜାତି ପାଇଁ ସଂରକ୍ଷିତ ଥିବାବେଳେ ତିନୋଟି ନିର୍ବାଚନ ମଣ୍ଡଳୀ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। ୮୧ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ପାଇଁ ଆସନ୍ତା ୩୦ ତାରିଖରୁ ଡିସେମ୍ବର ୨୦ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ଭୋଟ୍‍ ନିଆଯାଉଛି। ଭୋଟ୍‍ ଗଣତି ଡିସେମ୍ବର ୨୩ ତାରିଖରେ ହେବ।

Comments are closed.