ପାକିସ୍ତାନର ଏକ ହସ୍ପିଟାଲରେ ଆତ୍ମଘାତୀ ବିସ୍ଫୋରଣ: ୯ ମୃତ

ଡେରା ଇସ୍ମାଇଲ ଖାନ : ପାକିସ୍ତାନର ହସ୍ପିଟାଲ ବାହାରେ ରବିବାର ଅପରାହ୍ଣରେ ଜଣେ ମହିଳା ଆତ୍ମଘାତୀର ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୦ ଜଣ ଆହତ ହୋଇଛନ୍ତି।

ପାକିସ୍ତାନର ବରିଷ୍ଠ ପୁଲିସ୍‍ ଅଧିକାରୀ ସଲିମ ରିଆଜ ଖାନ କହିଛନ୍ତି ଯେ ରବିବାର ଅପରାହ୍ଣରେ ଜଣେ ବନ୍ଧୁକଧାରୀ ବାଇକରେ ଆସି ହସ୍ପିଟାଲ ବାହାରେ ଥିବା ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ମାଡ଼ କରିଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଜଣେ ମହିଳା ଆତ୍ମଘାତୀ ବୋମାଧାରୀ ହସ୍ପିଟାଲ ଫାଟକ ନିକଟରେ ବିସ୍ପୋରଣରେ ନିଜକୁ ଉଡ଼ାଇ ଦେଇଥିଲା। ଏଥିରେ ୪ ପୁଲିସ୍‍ କର୍ମୀଙ୍କ ସହ ୭ ଜଣଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ହସ୍ପିଟାଲର ଜରୁରୀକାଳୀନ ରୁମ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଆହତଙ୍କୁ ସେନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପାକିସ୍ତାନ ତାଲିବାନ ବିସ୍ପୋରଣ ପାଇଁ ନିଜକୁ ଦାୟୀ କରିଛି।

Comments are closed.