ବାରହା ଶିକାର ପାଇଁ ବିଛା ଯାଇଥିବା ଜାଲରେ ଫସି ବାପା-ପୁଅ ମୃତ

ସୋନପୁର: ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ସୁବର୍ଣ୍ଣପୁର ସୁବଳୟା ଥାନା ପିତାମହୁଲ ଗାଁରେ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ତାଙ୍କର ୨ ପୁଅଙ୍କ ସହ ନିକଟସ୍ଥ ଜଙ୍ଗଲକୁ ବୁଲିବାକୁ ଯାଇଥିବା ବେଳେ ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ବିଦ୍ୟୁତ୍ ଆଘାତରେ ଘଟଣାସ୍ଥଳରେ ବାପା ସହଦେବ ସାହୁ(୫୫) ଓ ବଡ ପୁଅ ଦେବାନନ୍ଦ ସାହୁଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ସାନ ପୁଅ ଅରୁପାନନ୍ଦ ସାହୁ ମଧ୍ୟ ଗୁରୁତର ଭାବରେ ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ସୁବର୍ଣ୍ଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ଵାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।

Comments are closed.