ର‍୍ୟାଗିଂ ଅଭିଯୋଗରେ ଇଭିଏମ ଭାଙ୍ଗିଲେ ବିଜେପି ପ୍ରାର୍ଥୀ

ସୋରଡା : ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ସୋରଡା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ୧୮୨ ନମ୍ବର ବୁଥରେ ବିଜେପି ପ୍ରାର୍ଥୀ ନୀଳମଣୀ ବିଷୋୟୀ ପୋଲିଂ ବୁଥରେ ର‍୍ୟାଗିଂ ଅଭିଯୋଗରେ ଇଭିଏମ ଭାଙ୍ଗିଦେଇଛନ୍ତି। ସୂଚନା ମୁତାବକ ସୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିସିଙ୍ଗି ପଞ୍ଚାୟତର ରେଣ୍ଟି ଗ୍ରାମରେ ୧୮୨ ନମ୍ବର ବୁଥରେ ବିଜେଡି କର୍ମୀ ପୋଲି ର‍୍ୟାଗିଂ କରୁଥିବା ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ନିର୍ବାଚନ ଅଧିକାରୀଙ୍କ ସହ କଥାବାର୍ତ୍ତା ସମୟରେ ନିଳମଣୀ ଉତକ୍ଷିପ୍ତ ହୋଇ ଇଭିଏମ ଭାଙ୍ଗି ଦେଇଥିଲେ। ଏ ନେଇ ନିର୍ବାଚନ ଅଧିକାରୀ ସଙ୍ଗେ ସଙ୍ଗେ ତସିଲଦାରଙ୍କୁ ଜଣାଇଥିଲେ। ପରେ ତସିଲଦାର, ବିଡିଓ, ଉପ-ଜିଲାପାଳ ବୁଥରେ ପହଞ୍ଚି ତଦନ୍ତ କରିଥିଲେ। ଏନେଇ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣୀଙ୍କୁ ପୁଲିସ ଥାନାରେ ଅଟକ ରଖିଛି।

Comments are closed.