ଜାନୁଆରୀ ୩୧ପର୍ଯ୍ୟନ୍ତ ବୃଦ୍ଧି ପାଇଲା ବ୍ରେକ୍‍ସିଟ୍‍ ସମୟସୀମା

ଲଣ୍ଡନ : ଆସନ୍ତାବର୍ଷ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବ୍ରେକ୍‍ସିଟ୍‍ ସମୟସୀମା ବୃଦ୍ଧି କରିବାକୁ ୟୁରୋପୀୟ ସଂଘ ରାଜି ହୋଇଛି। ୟୁରୋପୀୟ ପରିଷଦ ସଭାପତି ଡୋନାଲ୍ଡ ଟସ୍କ ଟ୍ୱିଟ୍‍ କରି ଆଜି ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ପାର୍ଲାମେଣ୍ଟ ଦ୍ୱାରା ଯଦି ରାଜିନାମା ପାଶ୍‍ ହୋଇଗଲା ତାହେଲେ ଶେଷ ସମୟ ପୂର୍ବରୁ ବ୍ରିଟେନ୍‍ ବ୍ରେକ୍‍ସିଟ୍‍ରୁ ଓହରିଯିବାରେ କିଛି ଅସୁବିଧା ନାହିଁ।

ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ବୋରିସ୍‍ ଜନ୍‍ସନ୍‍ଙ୍କ ଦ୍ୱାରା ଡିସେମ୍ବର ୧୨ ତାରିଖ ଦିନ ଶୀଘ୍ର ସାଧାରଣ ନିର୍ବାଚନ କରିବା ପାଇଁ ପ୍ରସ୍ତାବ ଉପରେ ଭୋଟ୍‍ ଦେବା ପାଇଁ ସାଂସଦମାନେ ପ୍ରସ୍ତୁତ ହେଉଥିଲା ବେଳେ ୟୁରୋପୀୟ ସଂଘ ଏଭଳି ଘୋଷଣା କରିଛି।

Comments are closed.