ରାଜଧାନୀରେ ପୁଣି ଏନକାଉଣ୍ଟର, ୨ ଅପରାଧୀ ଆହତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୁଣି ଏନକାଉଣ୍ଟର ଘଟିଛି। କମିଶନରେଟ ପୁଲିସ ଗୁଳିର ଶିକାର ହୋଇଛନ୍ତି୨ ଅପରାଧୀ ସିପୁନ କବି ଓ ହରେକୃଷ୍ଣ ସ୍ବାଇଁ। ବଡ଼ଗଡ଼ର ଚିଲିପୋଖରି ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏହି ଏନକାଉଣ୍ଟର ଘଟିଛି। ଅପରାଧୀ ଦ୍ବୟ ଯେଉଁ ସ୍ଥାନରେ ରହୁଥିଲେ ସେଠାରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ମାତ୍ର ସେମାନେ ପୁଲିସ ଉପରକୁ ଗୁଳି ଚଳାଇ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କ ଉପରକୁ ପାଲଟା ଗୁଳିମାଡ଼ କରିବାରୁ ଉଭୟେ ଆହତ ହୋଇଥିଲେ। ଚିକିତ୍ସା ପାଇଁ ସେମାନଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କଠାରୁ ଏକ ମାଉଜର, ଏକ ଖେଳନା ବନ୍ଧୁକ, ଟଙ୍କା ଏବଂ ବାଇକ୍‌ ଜବତ ହୋଇଛି। ସିପୁନ ଏବଂ ହରେକୃଷ୍ଣ ଶୁକ୍ରବାର ଘଟିଥିବା ଏନକାଉଣ୍ଟରରେ ଆହତ ଅପରାଧୀ ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡ଼ିଛି।

Comments are closed.