ହାତୀ ଆକ୍ରମଣରେ ଯୁବକ ଗୁରୁତର

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲାରେ ଥମିବାର ନା ଧରୁନି ହାତୀ ଆତଙ୍କ। ସୋମବାର ସନ୍ଧ୍ୟାରେ ପିଙ୍ଗୁ ଗ୍ରାମ ଭାଲୁଗୋଡା ସାହିର ବୁଦ୍ଧଦେଵ କୁଣ୍ଡୁଆ( ୪୦) ନାମକ ଜୈନିକ ଯୁବକ ବିଲରୁ ଧାନକାଟି ହାତୀ ହାବୁଡ଼ରେ ପଡିଯାଇ ଗୁରୁତର ହୋଇଛନ୍ତି । ଗତ ତିନିଦିନ ହବ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ପଲ ବ୍ୟାପକ କ୍ଷୟକ୍ଷତି କରୁଥିବା ବେଳେ ଦିନ ୩/୪ ଟା ବେଳୁ ଜଙ୍ଗଲରୁ ବାହାରି ପାଚିଲା ଧାନ ଫସଲ ଆଡ଼କୁ ମାଡି ଆସି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ସେହିପରି ଆଜି ମଧ୍ୟ ହାତୀମାନେ ଏକଘରି ଜଙ୍ଗଲରୁ ବାହାରି ଧାନ ଫସଲ ଆଡ଼କୁ ଆସୁଥିବା ବେଳେ ପିଙ୍ଗୁଗ୍ରାମର ଭାଲୁଗୋଡା ସାହିର ଜୈନକ ଯୁବକ ହାତୀ ହାବୁଡ଼ରେ ପଡି ଯାଇଥିଲା । ତେବେ ସେ ଜୀବନ ବିକଳରେ ଦୌଡ଼ି ପଳେଇ ଆସିବାକୁ ଚେଷ୍ଟା କରିଥିଲେ ବି ଏକ ଦନ୍ତା ହାତୀ ତାଙ୍କୁ ଗଡାଇ ତଡାଇ ମାରିଥିଲା, ତେବେ ସେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ ବି ଗୁରୁତର ହୋଇ୧୦୮ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟ ଭର୍ତ୍ତି ହୋଇଛନ୍ତି ।

Comments are closed.