ହାତୀ ଆକ୍ରମଣରେ ୫ ମୃତ

ଅନୁଗୁଳ : ଅନୁଗୁଳ ତାଳଚେରର ଷଣ୍ଢ ଗାଁରେ ହାତୀ ଆକ୍ରମଣରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ହାତୀ ପଲ ବ୍ରାହ୍ମଣୀନଦୀ ପାର ହୋଇ ଷଣ୍ଢ ଗ୍ରାମରେ ପହଞ୍ଚିଥିଲେ। ସେଠାରେ ହାତୀ ପଲ ଘର ବାହାରେ ଶୋଇଥିବା ଗୋଟିଏ ପରିବାରର ଚାରି ଜଣଙ୍କୁ କଚାଡି ମାରିଥିଲେ। ମୃତକମାନେ ହେଲେ ପରିବାରର ବାପା, ଝିଅ ଓ ପଊସୀ । ତାପରେ ସନ୍ଥପଡା ଗ୍ରାମର ଜଣେ ବୃଦ୍ଧ ଶୌଚ ପାଇଁ ଯିବା ବେଳେ ଦନ୍ତା ହାବୁଡ଼ରେ ପଡିବାରୁ ତାଙ୍କୁ ମଧ୍ୟ ହାତୀ କଚାଡି ମାରିଥିଲା । ମୃତକଙ୍କ ନାମ ଭ୍ରମର  ସାମଲ । ତାଙ୍କଘର ପାଲଲହଡା ଗୋବିନ୍ଦପୁର ଅଞ୍ଚଳରେ ହୋଇଥିବା ଜଣାପଡିଛି ଘଟଣା ପରେ ବନ ବିଭାଗର କର୍ମଚାରୀମାନେ ହାତୀ ପଲକୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନକୁ ଯାଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ବିଭାଗୀୟ କର୍ମଚାରୀ ହାତୀ ପଲକୁ ଠାବ କରି ପାରି ନାହାଁନ୍ତି ।

Comments are closed.