ଦୀପାବଳି ପୂର୍ବରୁ ଘରୁ ହଟାନ୍ତୁ ଏହି ଜିନିଷ

କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଦୀପାବଳି ପାଳନ କରାଯାଏ । ଏହି ଦିନ ମା’ଲକ୍ଷ୍ମୀଙ୍କ ଆରାଧନା କରାଯାଏ । ଚଳିତ ବର୍ଷ ଅକ୍ଟୋବର ୨୭ ଅର୍ଥାତ୍ ଆସନ୍ତାକାଲି ଦୀପାବଳି ପର୍ବ ପାଳନ କରାଯିବ । ଦୀପାବଳିର ବହୁ ପୂର୍ବରୁ ପ୍ରସ୍ତୁତ ଆରମ୍ଭ ହୋଇଯାଏ । ସୁଖ-ସମୃଦ୍ଧି ପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରତିବର୍ଷ ଦୀପାବଳି ପାଇଁ ଘର ସଫା ସୁତୁରା ନିଶ୍ଚୟ କରିଥାଆନ୍ତି । କାରଣ ଅପରିଷ୍କାର ଘରେ ମା’ଲକ୍ଷ୍ମୀ ବାସ କରନ୍ତି ନାହିଁ । ସଫା ସୁତୁରା ଘରେ ମା’ଲକ୍ଷ୍ମୀଙ୍କ ପ୍ରବେଶ ହେବା ସହ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ, ଏଭଳି କିଛି ଜିନିଷ ଯାହାକୁ ଘରୁ ବାହାର କରିଦେବା ଉଚିତ୍ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜିନିଷ ଦୀପାବଳି ପୂର୍ବରୁ ଘରୁ ବାହାର କରିବା ଉଚିତ୍ ।
ଅଚଳ ବୈଦେତୁକ ସାମଗ୍ରୀ: ଯଦି ଆପଣଙ୍କ ଘରେ ଅଚଳ ବୈଦେତୁକ ସାମଗ୍ରୀ ପଡି ରହିଛି ତେବେ ତାହାକୁ ମରାମତି କରି ବ୍ୟବହାର କରନ୍ତୁ । ନଚେତ୍ ଏହାକୁ ଘର ବାହାର କରନ୍ତୁ ବା ଫିଙ୍ଗି ଦିଅନ୍ତୁ । ଅଚଳ ବୈଦେତୁକ ସାମଗ୍ରୀ ଶରୀର ଓ ସୌଭାଗ୍ୟ ଦୁଇଟା ପାଇଁ ଅଶୁଭ ଅଟେ ।
ଭଙ୍ଗା କାଚ: ଯଦି ଆପଣଙ୍କ ଘରର କୌଣସି କୋଣରେ ଭଙ୍ଗା କାଚ ପଡି ରହିଛି, ଝରକା ବା ମିରର୍ କାଚ ଭାଙ୍ଗି ଯାଇଛି ତେବେ ତାହାକୁ ତୁରନ୍ତ ବାହାର କରନ୍ତୁ । ସେହି ସ୍ଥାନରେ ନୂଆ କାଚ ଲଗାନ୍ତୁ । କାରଣ ଭଙ୍ଗା କାଚ ଘରେ ରଖିବା ଅଶୁଭ ବୋଲି ଜ୍ୟେତିଷ ଶାସ୍ତ୍ରରେ କୁହାଯାଇଛି ।
ଛାତ ଉପରକୁ ସଫା ରଖନ୍ତୁ: ଦୀପାବଳି ପୂର୍ବରୁ ଛାତ ଉପରକୁ ସଫା ସୁତୁରା ରଖନ୍ତୁ । ଯଦି ଛାତ ଉପରେ ବଗିଚା କରିଛନ୍ତି ତେବେ ଅନାବନା ଗଛ ଗୁଡିକୁ ବାହାର କରି ପିଙ୍ଗି ଦିଅନ୍ତୁ । ବ୍ୟବହାର ହେଉ ନଥିବା ଜିନିଷକୁ ରଖନ୍ତୁ ନାହିଁ ।
ଭଙ୍ଗା ମୂର୍ତ୍ତି: କେବେ ଭୁଲରେ ମଧ୍ୟ କୌଣସି ଦେବୀ-ଦେବତାଙ୍କ ଭଙ୍ଗା ମୂର୍ତ୍ତି ବା ଫଟୋ ପୂଜା କରନ୍ତୁ ନାହିଁ । କାରଣ ଏହା ଦ୍ବାରା ଦୁର୍ଭାଗ୍ୟ ଆସିଥାଏ । ତେଣୁ ଦୀପାଳବି ପୂର୍ବରୁ ଭଙ୍ଗା ମୂର୍ତ୍ତି ଏବଂ ଫଟୋକୁ କୌଣସି ପବିତ୍ର ସ୍ଥାନକୁ ନେଇ ପୋତି ଦିଅନ୍ତୁ ବା ପାଣିରେ ଭସାଇ ଦିଅନ୍ତୁ ।
ଅଚଳ ଘଣ୍ଟା: ବାସ୍ତୁ ଅନୁଯାୟୀ ପ୍ରଗତିର ପ୍ରତୀକ ହେଉଛି ଘଣ୍ଟା । ଅଚଳ ଘଣ୍ଟା ଆପଣଙ୍କ ଉନ୍ନତିର ବାଧକ ସାଜିଥାଏ । ତେଣୁ ଯଦି ଆପଣଙ୍କ ଘରେ ଅଚଳ ବା ବନ୍ଦ ଘଣ୍ଟା ରିହିଛି ତେବେ ଦୀପାବଳି ପୂର୍ବରୁ ତାହାକୁ ହଟାଇ ଦିଅନ୍ତୁ ।