ଦମ୍‍ଦାର୍‍ ଆକ୍ସନ ଅବତାରରେ କଙ୍ଗନା : ରିଲିଜ୍‍ ହେଲା ‘ଧାକଡ଼’ର ଟିଜର

ମୁମ୍ବଇ : କଙ୍ଗନା ରାଣାୱତ୍‍ଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଧାକଡ଼’ର ଟିଜର ଶୁକ୍ରବାର ରିଲିଜ୍‍ ହୋଇଛି। ଟିଜର ଦେଖି ଜାଣି ହେଉଛି କଙ୍ଗନା ଏଥର ଦମ୍‍ଦାର୍‍ ଆକ୍ସନ ଅବତାରରେ ନଜର ଆସିବେ। ୪୫ ସେକେଣ୍ଡର ଏହି ଟିଜରରେ ନିଆଁ ଓ ଗଳିର ଶବ୍ଦ ଭରା ଅନ୍ଧକାରମୟ ଦୃଶ୍ୟ ଦେଖିବାକୁ ମିଳିଛି। ନିଆଁ ଘେର ମଧ୍ୟରେ କଙ୍ଗନା କାହା ଉପରକୁ ଆଖିବୁଜା ଗୁଳିମାଡ଼ କରୁଛନ୍ତି। ଏହାସହିତ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖିବାକୁ ମିଳିଛି। କଙ୍ଗନାଙ୍କର ଏହି କ୍ରୋଧିତ ଓ ନିର୍ଭୟ ରୂପ ଦେଖି ଅନୁମାନ କରି ହେଉଛି ଚଳଚ୍ଚିତ୍ରରେ ଅନେକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିବ। ସୋହିଲ ମକଲାଇଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ରଜନୀଶ ରାଜି ଘଇ ବହନ କରିଛନ୍ତି। ‘ଧାକଡ଼’ ଆସନ୍ତା ବର୍ଷ ଦୀପାବଳି ଅବସରରେ ମୁକ୍ତିଲାଭ କରିବ।

ଉଲ୍ଲେଖଯୋଗ୍ୟ, ‘ଧାକଡ଼’ର ଟିଜର ଭିଡିଓକୁ ୟୁଟ୍ୟୁବ୍‍ରୁ ହଟାଇ ଦିଆଯାଇଛି। ମାତ୍ର ଏହାର କାରଣ ଏଯାବତ୍‍ ଜଣାପଡ଼ିନାହିଁ। ତେବେ କଙ୍ଗନା ଓ ତାଙ୍କ ଟିମ୍‍ର ଇନ୍‍ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ଅଛି।

Comments are closed.