ମେଘନାଦ ପ୍ରାଚୀର ପାଖ କୋଠା ଭଙ୍ଗା ଜାରି

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ମେଘନାଦ ପ୍ରାଚୀର ନିକଟରେ ଥିବା କୋଠା ଗୁଡିକୁ ସୋମବାର ସକାଳୁ ଉଚ୍ଛେଦ କରାଯାଉଛି।  ଜିଲା ପ୍ରଶାସନ ଏବଂ ପୁଲିସ ଉପସ୍ଥିତିରେ ମେଘନାଦ ପ୍ରାଚୀର ସଂଲଗ୍ନ ସରକାରୀ ଓ ଘରୋଇ କୋଠା ଗୁଡିକୁ ଭଙ୍ଗା ଯାଉଛି। ଜିଲ୍ଲାପାଳ ଏବଂ ଏସପି ଘଟଣାସ୍ଥଳରେ ଉପସ୍ଥିତ ରହି ଉଚ୍ଛେଦ କରୁଛନ୍ତି । ଆଇନ ଶୃଙ୍ଖଳା ପାଇଁ ୨୪ ପ୍ଲାଟୁନ ଫୋର୍ସ ଏବଂ ୮ଜଣ ମାଜିଷ୍ଟ୍ରେଟ ମୁତୟନ କରାଯାଇଛି।

ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନାକେନ୍ଦ୍ର, ସିଂହଦ୍ବାର ଫାଣ୍ଡି ଏବଂ ତାହାକୁ ଲାଗି ରହିଥିବା ୨ଟି ଘରୁ ରବିବାର ସମସ୍ତ ଜିନିଷପତ୍ର ସ୍ଥାନାନ୍ତରିତ କରାଯାଇଥିଲା ପ୍ରଥମ ପର୍ଯ୍ୟାୟରେ ସିଂହଦ୍ବାରଠାରୁ ଲକ୍ଷ୍ମୀବଜାର ମଧ୍ୟରେ ରହିଥିବା ୫ଟି କୋଠା ଭଙ୍ଗାଯିବା ପ୍ରସ୍ତାବ ରହିଛି। ଉଚ୍ଛେଦ ତାଲିକାରୁ ତିନୋଟି ପ୍ରାଚୀନ ମଠକୁ ବାଦ୍‌ ଦିଆଯାଇଛି।

Comments are closed.