ଶୀତ ବସ୍ତ୍ର ସପିଙ୍ଗ ପାଇଁ ଯାଆନ୍ତୁ ଦିଲ୍ଲୀର ଏହି ମାର୍କେଟ

ଶୀତଦିନ ପାଖେଇ ଆସୁଛି। ତେଣୁ ଏହି ଦିନରେ ଉଷ୍ଣ ବସ୍ତ୍ର ପିନ୍ଧିବା ଆବଶ୍ୟକ। ମାତ୍ର ଶସ୍ତା ଓ ବିଭିନ୍ନ ଡ଼ିଜାଇନର ଉଷ୍ଣ ବସ୍ତ୍ର କିଣିବା ପାଇଁ ଦିଲ୍ଲୀର କେତେକ ମାର୍କେଟକୁ ନିଶ୍ଚୟ ଯାଆନ୍ତୁ। ଏଠାରେ ଆପଣ ବହୁ ଡ଼ିଜାଇନର ଶୀତ ବସ୍ତ୍ର ପିନ୍ଧିପାରିବେ। ଜାଣନ୍ତୁ ଦିଲ୍ଲୀର କେତେକ ମାର୍କେଟ ବିଷୟରେ ….
ଦିଲ୍ଲୀରେ ଥିବା ଗାନ୍ଧୀ ନଗର ମାର୍କେଟ ଗଲେ ଏଠାରେ ଆପଣଙ୍କୁ ଜାକେଟ, ସାଲ୍‍ ଆଦି ଖୁବ କମ ଦାମରେ ମିଳିବ। ବିଭିନ୍ନ ଡ଼ିଜାଇନ ଓ ସୁନ୍ଦର ସୁନ୍ଦର ହସ୍ତ କାର୍ଯ୍ୟରେ ପ୍ରସ୍ତୁତ ସମସ୍ତ ପ୍ରକାର ଶୀତ ବସ୍ତ୍ର ଏଠାରେ ପାଇବେ।
ଗାନ୍ଧୀ ନଗର ମାର୍କେଟରେ ପ୍ରାୟ ୧୫ ହଜାର ଠାରୁ ମଧ୍ୟ ଅଧିକ ଦୋକାନ ବଜାର ରହିଛି। ଏଠାରେ ଦେଶର ଭିନ୍ନ- ଭିନ୍ନ ସ୍ଥାନର ପୋଷାକ ଓ ଶୀତ ବସ୍ତ୍ରର ସେଲ୍‍ ବା କମ ଦାମରେ ମିଳିଥାଏ। ସୁଇଟର ୧୦୦ ଟଙ୍କାରୁ ଆରମ୍ଭ ଦାମରେ ଏଠାରେ ମିଳେ। ଏହାଛଡ଼ା ଜାକେଟ ୧୮୦ରୁ ଆରମ୍ଭ ହୋଇ ମିଳିଥାଏ।
ଏକ ବିଶେଷ କଥା ହେଉଛି ଯେ, ଏଠାରେ ଦୋକାନୀ ନିଜେ ମଧ୍ୟ ଶୀତ ବସ୍ତ୍ର ହାତରେ ତିଆରି କରି ବିକ୍ରି କରନ୍ତି।
ଗାନ୍ଧୀ ନଗର ମାର୍କେଟ ବ୍ୟତୀତ ଚାନ୍ଦିନୀ ଚୌକ, ଜନପଦ, ଲାଜପତ ନଗର, ସରାଜନୀ ନଗର, କରୋଲ ବାଗ ଓ ଶହାଦରାର ମାର୍କେଟ ଯାଇ ସେଠାରେ ମଧ୍ୟ ଶୀତ ବସ୍ତ୍ରର ସପିଙ୍ଗ କରିପାରିବେ।

Comments are closed.