ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ

ବାଲେଶ୍ବର : ବାଲେଶ୍ବର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ଏକ ଗ୍ରାମରୁ ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ କଳିଆଖିଆ ଗ୍ରାମର ବୋଲି ଜଣାପଡିଛି। ସେ ତାଙ୍କ ଚାଷ ଜମିକୁ ଯାଇଥିଲେ। ମାତ୍ର କିଛି ସମୟ ପରେ ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ଜମିରେ ପଡିଥିବାର ଦେଖିବାକୁ ପାଇଥିଲେ। ମୃତଦେହ ନିକଟରେ ୧୧ କେଭି ବିଦ୍ୟୁତ ତାର ମଧ୍ୟ ପଡି ରହିଥିଲା। ତେବେ ଅସାବଧାନତା ବଶତଃ ଚାଷୀ ଜଣକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

 

 

Comments are closed.