ନିଖୋଜ ଯୁବକଙ୍କ ମୃତଦେହ ଚୁଆରୁ ଉଦ୍ଧାର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ବୋଲଗଡ ଅସରଳା ପଞ୍ଚାୟତ ଆମ୍ବଗାଡିଆ ନିକଟରେ ଥିବା ଏକ ଚୁଆରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକ ଜଣକ ଗତ ୨ ଦିନ ପୂର୍ବରୁ ନିଖୋଜ ହୋଇଥିବା ଜଣାପଡିଛି। ମୃତକଙ୍କ ଘର ପୁଆଣିଆ ଗ୍ରାମ​‌ରେ ବୋଲି ଜଣାପଡିଛି। ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Comments are closed.