ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ଜଣେ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ଲୋକ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରୁଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଶାଶୁଘର ଲୋକ କହିଛନ୍ତି। ମୃତକ ହେଲେ ସମ୍ବଲପୁରର ମେଘା ବାଗ୍ ବୋଲି ଜଣାପଡିଛି। ଶୁକ୍ରବାର ରାତିରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଗତ ୪ ମାସ ପୂର୍ବେ ଗୁହୁରିଆପଦର ଗ୍ରାମର ବିରଞ୍ଚି ଭତ୍ରାଙ୍କୁ ସେ ପ୍ରେମ ବିବାହ କରିଥିଲେ। ବିବାହ ପରେ କିଛି ଦିନ ପର୍ଯ୍ୟନ୍ତ ସବୁ ଠିକଠାକ ଚାଲିଥିଲା। ପରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା। ଏହାକୁ ମୃତକଙ୍କ ସ୍ବାମୀ ବିରଞ୍ଚି ଭତ୍ରା ସ୍ବୀକାର କରିଛନ୍ତି। ପୁଲିସ ବିରଞ୍ଚି ଭତ୍ରାକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।

Comments are closed.