ରିଲିଜ୍‍ ହେଲା ‘ଦବଙ୍ଗ-୩’ର ପ୍ରଥମ ଗୀତ

ମୁମ୍ବଇ : ସଲମାନ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଦବଙ୍ଗ-୩’ର ପ୍ରଥମ ଗୀତ ଗୁରୁବାର ରିଲିଜ୍‍ ହୋଇଛି। ଗୀତର ନାଁ ରହିଛି ‘ନୈନା ଲଢେ…’। ଏହି ଗୀତକୁ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ଶୁଣି ସାରିଲେଣି। ଏହି ଗୀତକୁ ଜାୱେଦ ଅଲ୍ଲୀ ଗାଇଛନ୍ତି। ସାଜିଦ-ୱାଜିଦ ଏହାର ସ୍ୱର ସଂଯୋଜନା କରିଛନ୍ତି। ଦାନିଶ ସାୱରୀ ଗୀତ ରଚନା କରିଛନ୍ତି। ଗୀତକୁ ବର୍ତ୍ତମାନ ସୁଦ୍ଧା କେବଳ ଅଡ଼ିଓରେ ରିଲିଜ୍‍ କରାଯାଇଛି। ଗୀତ ଶୁଣିବା ପରେ ଏହାର ଭିଡିଓ ଦେଖିବା ପାଇଁ ଦର୍ଶକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି।