ବାଦ ପଡ଼ିଲେ ଶନ ମାର୍ଶ, ହାଣ୍ଡସ୍କମ୍ବ ଦଳରେ ସାମିଲ

ଲିଡ୍ସ : ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ବାମହାତୀ ବ୍ୟାଟ୍ସମ୍ୟାନ୍ ଶନ ମାର୍ଶ ଆହତ କାରଣରୁ ବିଶ୍ବକପ ଦଳରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ମିଡ଼ିଲ ଅର୍ଡ଼ର ବ୍ୟାଟ୍ସମ୍ୟାନ୍ ପିଟର ହାଣ୍ଡସ୍କମ୍ବଙ୍କୁ ଦଳରେ ସାମିଲ କରାଯାଇଥିବା ଅନ୍ତର୍ଜାତୀୟ କ୍ରିକେଟ ବୋର୍ଡ (ଆଇସିସି) ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଓଲ୍ଡ ଟ୍ରାଫୋର୍ଡଠାରେ ଗୁରୁବାର ଅଭ୍ୟାସବେଳେ ପାଟ କୁମିନ୍ସଙ୍କ ରାଇଜିଂ ଡିଲେଭରୀ ୩୫ ବର୍ଷୀୟ ମାର୍ଶଙ୍କ ରିଷ୍ଟରେ ବାଜିଥିଲା। ଯାହାଦ୍ବାରା ସେ ଆହତ ହୋଇଛନ୍ତି। ଏଥିପାଇଁ ତାଙ୍କୁ ଅସ୍ତ୍ରୋପଚାର କରାଇବାକୁ ପଡ଼ିବ।

୨୮ ବର୍ଷୀୟ ହାଣ୍ଡସ୍କମ୍ବ ୨୧ଟି ଦିନିକିଆ ମ୍ୟାଚ ଖେଳି ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ କରିଛନ୍ତି।

Comments are closed.